
ଗଞ୍ଜାମ– ବ୍ରହ୍ମପୁରରେ ଆଇପିଏଲ୍ ବେଟିଂକୁ ଧରିବାକୁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ଏହାର ନେତୃତ୍ୱ ନେଇଛନ୍ତି ନିଜେ ବ୍ରହ୍ମପୁର ଏସପି ପିନାକ ମିଶ୍ର । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ଅନ୍ୟାନ୍ୟ ଅଂଚଳରେ ଆଇପିଏଲ୍ ବେଟିଂ ଚାଲିଥିବା ଅଭିଯୋଗକୁ ଭିତି କରି ପୋଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।