
ଗାନ୍ଧୀନଗର। ଗୁଜରାତ ରାଜନୀତିର ଭୀଷ୍ମ ପିତାମହ ତଥା ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି । ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ତାଙ୍କର ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମେତ ଅନ୍ୟ ମାନ୍ୟଗଣ୍ୟ ଲୋକ ମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ତାଙ୍କର ସ୍ୱାସ୍ଥ୍ୟ ଖରାପ ଥିବା କାରଣରୁ ତାଙ୍କୁ ଦଶ ଦିନ ତଳେ ଡାକ୍ତରଖାନାରେ ଭର୍ତି କରା ଯାଇଥିଲା ହେଲେ ସ୍ୱାସ୍ଥ୍ୟ ଲାଭ କରିବା ପରେ ତାଙ୍କୁ ଦୁଇ ଦିନ ପୂର୍ବରୁ ଛୁଟି ଦିଆ ଯାଇଥିଲା । ହେଲେ ଆଜି ହଠାତ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡିବା କାରଣରୁ ତାଙ୍କର ମୃତ୍ୟୁ ଘଟିଛି ।