
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅନ୍ତର୍ଗତ କେ. ଭୀମପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ବୁଲୁ ମଳିକ ଓ ତାର ଦୁଇ ଜଣ ସାଙ୍ଗ ମିଶି ଘର ଛାତ ଉପରେ ବୋମା ଭିଡ଼ୁଥିବା ବେଳେ ବୋମାଟି ହଠାତ୍ ବିସ୍ଫୋରଣ ହୋଇଥିଲା । ଫଳରେ ଘଟଣାସ୍ଥଳରେ ବୁଲୁ ମଳିକର ମୃତ୍ୟୁ ଘଟିଛି । ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଗୁରୁତର ଭାବେ ଆହତ ହୋଇ ଶେରଗଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତି ହୋଇଛନ୍ତି । ବଡ଼ଗଡ଼ ଥାନା ପୋଲିସ ଏବଂ ବନ ଅଧିକାରୀ ଘଟଣାସ୍ଥଳରେ ପହଂଚି ଛାନଭିନ୍ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ, ବାରହା ଶିକାର ପାଇଁ ଏହି ବୋମା ସେମାନେ ତିଆରି କରୁଥିଲେ । ବୁଲୁ ମଳିକ ଘରୁ କିଛି ବିସ୍ଫୋରକ ଦ୍ରବ୍ୟ, କାଚଗୁଣ୍ଡ, ଲୁହାକଂଟା ଇତ୍ୟାଦି ଜବତ କରିଛି ପୋଲିସ । ପୋଲିସ ବୁଲୁର ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଛି । ପୋଲିସ ପକ୍ଷରୁ ଏନେଇ ଅଧିକ ତଦନ୍ତ ଜାରୀ ରହିଛି ।