 
                
ସେ ଟ୍ୱିଟ କରି କହିଛନ୍ତି ଯେ ଆମର ପ୍ରିୟ ଓ ସମ୍ମାନିତ କେଶୁଭାଇ ଆଉ ନାହାନ୍ତି । ମୁଁ ଏହାକୁ ଜାଣି ଖୁବ ଦୁଃଖିତ । ସେ ଜଣେ ଉତମ ନେତା ଥିଲେ ଯିଏ ସମାଜର ସମସ୍ତ ବର୍ଗର ଚିନ୍ତା କରୁଥିଲେ । ଗୁଜରାତର ପ୍ରଗତି ଓ ପ୍ରତ୍ୟେକ ଗୁଜରାତୀର ସଶକ୍ତିକରଣ ପାଇଁ ତାଙ୍କର ଜୀବନ ଉତ୍ସର୍ଗୀକୃତ ଥିଲା ।
ସେ ଆହୁରି କହିଛନ୍ତି ଯେ କେଶୁଭାଇ ଗୁଜରାତର କୋଣ ଅନୁକୋଣ ବୁଲି ଜନସଂଘ  ଓ ବିଜେପିକୁ ଶକ୍ତିଶାଳୀ କରିଥିଲେ । ସେ ଜରୁରୀକାଳୀନ ପରିସ୍ଥିତିର ବିରୋଧ କରିଥିଲେ । ଚାଷୀ ମାନଙ୍କ କଲ୍ୟାଣ ତାଙ୍କ ହୃଦୟର ନିକଟବର୍ତୀ ଥିଲା । ବିଧାୟକ. ସାଂସଦ ବା  ମୁଖ୍ୟମନ୍ତ୍ରୀ ଭାବେ ହୁଅନ୍ତୁ ଚାଷୀ ମାନଙ୍କର ଭଲ ପାଇଁ ପଦକ୍ଷେପ ନେବା ସେ ସୁନିଶ୍ଚିତ କରିଥିଲେ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ତାଙ୍କ ଭଳି ଅନେକ କାଯର୍କର୍ତାଙ୍କୁ ତିଆରି କରିଛନ୍ତି ।
                            
                        
	                    
 
                    







