Related Stories
November 23, 2024
ମାଲକାନଗିରି-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ଥିତ ନିପଲ ମିତ୍ତଲ କମ୍ପାନି କରୋନା ମହାମାରୀ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ଼ି ନିୟମ, ଲକ ଡାଉନ ଓ ସଟଡାଉନ ଘୋଷଣା କଲା ପରେ ଚଳିତ ବର୍ଷ ଗଲା ମାର୍ଚ୍ଚ ମାସ ଠାରୁ ଆଜି ପର୍ଯ୍ୟନ୍ତ କରୋନା କଟକଣା ପାଇଁ ବିଦ୍ୟାଳୟ ବନ୍ଦ ମିତ୍ତଲ କମ୍ପାନି କରୋନା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ଅନ୍ତର୍ଭୁକ୍ତ ବନଗୁରୁ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଏବଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ଲାମ୍ବାସିଂଙ୍ଗ ରେ ଉଭୟ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କୁ ବିଦ୍ୟାଳୟକୁ ଡକାଇ ୧ ୨ ୧ ଜଣ ଛାତ୍ର ଛାତ୍ରୀ ବସିଲା ଭଳି ଡେସ୍କୁ ବେଞ୍ଚ ପ୍ରଦାନ କରା ଯାଇଛି !,କୋଭିଡ଼ କଟକଣାକୁ ଆଖି ଆଗରେ ରଖି ସରକାର ବିଦ୍ୟାଳୟ ଖୋଲିବା ପାଇଁ କୌଣସି ସଠିକ ନିଷ୍ପତ୍ତି ଘୋଷଣା କରି ନଥିବା ବେଳେ ବିଦ୍ୟାଳୟ ବନ୍ଦ ଥିବା ସମୟରେ କିଭଳି ନିପଲ ମିତ୍ତଲ ଷ୍ଟିଲ ଇଣ୍ଡିଆ କମ୍ପାନୀ ଗଲା କାଲି ବିଦ୍ୟାଳୟ କୁ ଯାଇ ଛାତ୍ର,ଛାତ୍ରୀ ମାନଙ୍କୁ ଡକାଇ ଡେସ୍କୁ ବେଞ୍ଚ ବଣ୍ଟନ କରିଛନ୍ତି, ପୁଣି କିଛି ପିଲାଙ୍କ ମୁହଁରେ ମାସ୍କୁ ଥିବାବେଳେ କିଛି ପିଲାଙ୍କ ମୁହଁରେ ମାସ୍କୁ ନଥିଲା, ତେବେ କାହା ଅନୁମତି ନେଇ କମ୍ପାନୀ ବିଦ୍ୟାଳୟକୁ ଛାତ୍ର ଛାତ୍ରୀ ମାନଙ୍କୁ ଡକାଇ ବଣ୍ଟନ କରିଅଛି, ସରକାର ତଥା ଜିଲା ପ୍ରଶାସନ ନିଷ୍ପତ୍ତି କ୍ରମେ ବିଦ୍ୟାଳୟ ବନ୍ଦ ବେଳେ କିପରି କୋଭିଡ଼ ନିଅମ ଉଲଂଘନ କରାଯାଇଛି ତାହା ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି,ବିଦ୍ୟାଳୟ କୁ ଛାତ୍ର ଛାତ୍ରୀ ମାନଙ୍କୁ ଡକାଇବା ଓ ଡେସ୍କୁ ବେଞ୍ଚ ବଣ୍ଟନ ସମ୍ପର୍କରେ ମାଲକାନଗିରି ଜିଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠି ଏବଂ କୁଡୁମୁଲୁଗୁମା ବ୍ଲକ ସ୍ତରୀୟ ଶିକ୍ଷା ଅଧିକାରୀ ଅଞ୍ଜନ ଚୌଧୁରି ପଚାରିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନଥିବା କି ତାଙ୍କୁ କେହି ଅନୁମତି ମାଗିନାହାନ୍ତି ବୋଲି ରୋକ ଠୋକ ପ୍ରକାଶ କରିଥିଲେ, ତେବେ କିଭଳି ଭାବରେ ବିନା କାହା ଅନୁମତୀରେ କୋଭିଡ଼ ନିୟମ ଉଲଂଘନ କରି ନିପଲ ମିତ୍ତଲ ଷ୍ଟିଲ ଇଣ୍ଡିଆ କମ୍ପାନୀ ଉକ୍ତ ବିଦ୍ୟାଳୟ ମାନଙ୍କର ଛାତ୍ର, ଛାତ୍ରୀ ମାନଙ୍କୁ ଡକାଇ ଡେସ୍କୁ ବେଞ୍ଚ ମନମୁଖି ଭାବରେ ବଣ୍ଟନ କରିଛି, ନିପଲ ମିତ୍ତଲ ଷ୍ଟିଲ ଇଣ୍ଡିଆ କମ୍ପାନୀ ସିଏସଆର ଫଣ୍ଡ ର ବରିଷ୍ଠ ପରିଚାଳକ ସବଲ କୁମାର ଝା ଙ୍କୁ ଏ ସମ୍ପର୍କରେ ପଚାରିବାରୁ ସେ ଛାତ୍ର ଛାତ୍ରୀ ମାନେ ଖୁସି ହୋଇ ବିଦ୍ୟାଳୟ କୁ ଆସିଥିବା କହିଥିଲେ, ଅବିଳମ୍ବେ ଜିଲା ପ୍ରଶାସନ ଏହାର ସଠିକ ତଦନ୍ତ କରି ପଦକ୍ଷେପ ନେବାକୁ ସାଧାରଣରେ ଆଲୋଚନା ସହ ଦାବି ହେଉଛି.!