
ସମ୍ବଲପୁର -ଆଜି ସମ୍ବଲପୁର ବିଧାନସଭା କ୍ଷେତ୍ର ବିଜେଡି ପକ୍ଷରୁ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦିକା ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ କର୍ମୀ ଓ କର୍ମକର୍ତ୍ତାମାନେ ଦୀପ ପ୍ରଜ୍ବଳନ ,ରକ୍ତଦାନ ,ଫଳ ବଣ୍ଟନ କରି ପାଳନ କରିଛନ୍ତି | ଏହି ଅବସରରେ ଶାନ୍ତିନଗର ସ୍ଥିତ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ଦଳୀୟ କର୍ମକର୍ତ୍ତାଙ୍କ ଆୟୋଜନରେ ଏକ ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା | ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱ।ନରେ ରକ୍ତ ସଂକଟକୁ ଦୂର କରିବାର ଏକ ଛୋଟ ପ୍ରୟାସ ଏବଂ ଡ଼.ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ତମ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଏହି ଶିବିରରେ ୭୫ ଜଣ କର୍ମୀ ରକ୍ତଦାନ କରିଥିଲେ | ବୁର୍ଲା , ହୀରାକୁଦ ଓ ସମ୍ବଲପୁର ସହରର ବିଭିନ୍ନ ୱାର୍ଡରୁ ଦଳୀୟ କର୍ମୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦାନ ପୂର୍ବକ ଡ଼. ପାଣିଗ୍ରାହୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ | ଏହି ଅବସରରେ ଆଇନଜୀବୀ ପୁଷ୍ପମଞ୍ଜରୀ ବେହେରା, ମାଳତୀ ଗୁପ୍ତା ଙ୍କ ସହିତ ୫୦ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ବିଜେଡିରେ ଯୋଗଦାନ କରିଥିଲେ | ମହାନଗର ସଭାପତି ଶ୍ରୀଯୁକ୍ତ ପ୍ରଫୁଲ କୁମାର ଦାଶ,ଜୀବନବିନ୍ଦୁ-ମୋ ପରିବାର ସଂଯୋଜକ କବିତା ପୁରହିତ,ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବୀ ଆର୍ତ୍ତତ୍ରାଣ ମିଶ୍ର, ରାଜ୍ୟ ପରିଷଦ ସଭ୍ୟ ଗୋକୁଳ ମେହେର,ରାଜ୍ୟ ପରିଷଦ ସଭ୍ୟ ତଥା ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ହୀରାଲାଲ ବେହେରା , ଜିଲ୍ଲା ଆଇଟି କୋର୍ଡ଼ିଂନେଟର ଦୁଲାଲ ଚନ୍ଦ୍ର ରାୟ,ଆଇନଜୀବୀ ଚିତ୍ତରଞ୍ଜନ ପଣ୍ଡା,ବିଜେଡି ମହିଳା ଜିଲ୍ଲା ସଭାପତି ଲଷ୍ମୀ ପ୍ରଧାନ, ସୁରେଖା ସାହୁ, କାନନବାଲା ପଟ୍ଟନାୟକ,ସୈରେନ୍ଦ୍ରୀ ନାୟକ,ଆଇନଜୀବୀ ରବି ପୂଜାରୀ,ରବୀନ୍ଦ୍ର ସିଂ,ସତ୍ୟେନ୍ଦ୍ର ଦାଶ, ମାୟାଧର ଜେନା,ଭାବେଶ ଚାନ୍ଦ ,ଆର ଏ ଶିବ କୁମାର, ଦେବାଶିଷ ନନ୍ଦ,ସୁନନ୍ଦା ଚଇନି, ମମତା ପଣ୍ଡା,ଜଗନ୍ନାଥ ଚୌଧୁରୀ, ଶେଷଦେଵ ମହାକୁଡ଼, ବୃନ୍ଦା କଣ୍ଟା, ମାମି ନାଏକ,ଲକ୍ଷ୍ମୀ ଯୋଶୀ, ନିରୂପମା ସେନ ଗୁପ୍ତା, ଲିଲିମା ମଲ୍ଲିକ, ମୁଂନି ବେଗମ, ହସିନା ବି, ସୁଭାସିନୀ ଓରାମ,ପ୍ରଶାନ୍ତ ନାଏକ,ଫକୀର ପ୍ରଧାନ,ରେଣୁ ମରେଇ,ପ୍ରମୋଦ ଖଣ୍ଡୁଆଲ , ବିଶ୍ଵାମିତ୍ର ସାହୁ, ଜିତେନ ବିଶି,ବିନୋଦ ନାଗ, ଲାତିକା ସାହୁ,ଅନୁସ୍କି ମରେଇ , ସନ୍ତୋସିନୀ ବୁଡେକ,ପୂର୍ଣ୍ଣିମା ନାଏକ,କୈଳାସ ପରିଡା,ସୁରେନ୍ଦ୍ର ବିଶ୍ୱାଳ , ସୁମନ୍ତ ପଣ୍ଡା, ଏମ ଡି କଲିମ,ଆତିଫ ଆଲମ , କୁନ୍ତି ସିଂ,ମମତା ମୁଦୁଲି,ପ୍ରଶାନ୍ତ ଥାପା, ପ୍ରହଲ୍ଲାଦ ଗୁରୁ,କୁନୁ ମେହେର,ସ୍ମିତା ପଟ୍ଟନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ |
ସେହିପରି ବୁର୍ଲା ବିଜୁ ଜନତା ଦଳ ର କର୍ମୀ ମାନେ ପୂର୍ବତନ ବିଧାୟିକା ତଥା ରାଜ୍ୟ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ଡ଼ ରାସେଶ୍ୱରୀ ପାଣିଗ୍ରାହୀଙ୍କ ୭୫ ତମ ଜନ୍ମ ତିଥି ଅବସରରେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଏକତ୍ରିତ ହୋଇ ପୂଜାର୍ଚ୍ଚନା କରିଥିଲେ। ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ୭୫ ଟି ଦ୍ବୀପ ପ୍ରଜ୍ଵଳନ କରିଥିଲେ ଏବଂ ଦଳ ପାଇଁ ନିରବଚ୍ଛିନ୍ନ କାର୍ଯ୍ୟ କରି ସାଧାରଣ ଜନତାଙ୍କ ସୁଖ ଦୁଃଖ ର ସାଥି ହୋଇ ଆଗେଇବା ପାଇଁ ଶପଥ ନେଇଥିଲେ। ଏହାପରେ ଦରିଦ୍ର ନାରାୟଣ ମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ପୂର୍ବତନ ଟାଉନ ସଭାପତି ଶ୍ରୀ ଦେବାଶିଷ ନନ୍ଦଙ୍କ ନେତୃତ୍ୱରେ ହୋଇଥିଲା ଏବଂ ଅନ୍ୟାନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଟାଉନ ସଭାନେତ୍ରୀ ଶାନ୍ତିଲତା ସ୍ୱାଇଁ, ପୂର୍ବତନ ଟାଉନ ସଭାପତି ଗୋକୁଳି ରାଉତ, ଆର ଶିବ କୁମାର, ପୂର୍ବତନ କାଉନସିଲର ହୃଷିକେଶ ସ୍ୱାଇଁ, ବରିଷ୍ଠ ନେତା ବାବୁଲୁ ମିଶ୍ର, କୁନି ପରିଡା, ଅଶୋକ ସାମଲ, ବିଭିଶନ ଭିସର, ଲଳିତ ସ୍ଵାଇଁ, ଲକ୍ଷ୍ମୀ ପ୍ରଧାନ,ବିଶ୍ୱନାଥ ଧର, ଆଇନଜୀବୀ ରୋମୀ ମହାପାତ୍ର, ଲଳିତ ଲୁହା, ସଂଜୀବ ସୁନା, ଉମାଶାଙ୍କର ଅଗ୍ରୱାଲ, ଶୁଭମ ବେହେରା,ହିମାଂଶୁ ଧର, ରିଙ୍କୁ, ଶାନ୍ତନୁ ଭୋଇ, ବାଗ ବାବୁ,ନାରୀ ନେତ୍ରୀ ଶୁଭଲକ୍ଷ୍ମୀ ସାମଲ, ସୀତା ପ୍ରଧାନ, ସୁନିତା ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।