ଧର୍ମଶାଳା – ସରକାର ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା କରୁଛନ୍ତି । ହେଲେ ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ସହାୟତା । ପାରାଲିସେସ୍ ରୋଗରେ ପୀଡିତା ଏବଂ ବୟସ ୭୫ ବର୍ଷ ହୋଇଥିଲେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭର୍ତା । ସ୍ଥାନୀୟ ଲୋକ ପ୍ରତିନିଧି ଓ ସରକାରୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ କିଛି ସୁଫଳ ମିଳୁ ନ ଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ହୋଇଛି ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ବଡ ନହନଙ୍ଗରା ୫ ନଂ ୱାର୍ଡ ଦାମ ମଲିକଙ୍କ କ୍ଷେତ୍ରରେ । ଦାମଙ୍କୁ ଏବେ ୭୫ ବୟସ ଧରିଲାଣି । ୩ ବର୍ଷ ପୂର୍ବେ ପାରାଲିସେସ୍ ରୋଗରେ ପୀଡିତ ହୋଇ ଆଶା ବାଡି ତାଙ୍କର ଏବେ ସାହା ଭରସା ପାଲଟିଛି । ଉପଯୁକ୍ତ ବୟସ ହୋଇ ମଧ୍ୟ ତାଙ୍କୁ ବାର୍ଦ୍ଧକ୍ୟ ଭର୍ତା ମିଳୁ ନାହିଁ । ଗରୀବ ଶ୍ରେଣୀର ହୋଇଥିବାରୁ ଚିକିତ୍ସା ବାବଦକୁ ବହୁ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ । ଘରେ ତାଙ୍କର ପୁଅ କମ୍ ବୟସରେ ମୁଲ ଲାଗି ଯାହା ଆଣନ୍ତି ତାହା ପରିବାର ଚଳେ । ତେଣୁ ତାଙ୍କ ପରିବାର ଅସହାୟ ହୋଇପଡିଛି । ତୁରନ୍ତ ରସୁଲପୁର ବିଡିଓ ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଦାମଙ୍କୁ ଭର୍ତା ପ୍ରଦାନର ବ୍ୟବସ୍ଥା କରାଇବାକୁ ଦାବି ହୋଇଛି ।
Related Stories
November 25, 2024