
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଶ୍ରୀ ଜଗନ୍ନାଥ ମନ୍ଦିର ଅଧିନ ରେ ଥିବା ତିନିଟି ଭକ୍ତ ନିବାସ ରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ 6 ଦଫା ଦାବୀ ନେଇ ଶ୍ରୀମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ, (ସି ଆଇ ଟି ୟୁ )ର ଶୋଭାଯାତ୍ର ନୀଳାଚଳ ଭକ୍ତ ନିବାସ ରୁ ବାହାରି ଶ୍ରୀ ମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା |ମନ୍ଦିର ପ୍ରଶାସନ ମୁଖ୍ୟ ନିଯୁକ୍ତି ଦାତା ଭାବେ ଠିକା ସଂସ୍ଥା ମାଧ୍ୟମରେ କର୍ମଚାରୀ ନିୟୋଜନ କରିଥିବା ବେଳେ ଗତ ସାତ ମାସ ହେଲା ଇ ପି ଏଫ, ଇ ଏସ. ଆଇ ଠିକା ସଂସ୍ଥା ଭରୁ ନ ଥିଲା ବେଳେ ମନ୍ଦିର ବିଲ ପାଶ କରିବା ବେଆଇନି ବୋଲି ଶ୍ରୀ ମନ୍ଦିର ଭକ୍ତ ନିବାସ କର୍ମଚାରୀ ସଂଘ ସଭାପତି ଶରତ କୁମାର ରାୟଗୁରୁ କହିଛନ୍ତି |କେନ୍ଦ୍ର ର ମୋଦୀ ସରକାର କୋଭିଡ ରେ ଠିକା କର୍ମଚାରୀ ଙ୍କୁ 6 ମାସର ଇ ପି ଏଫ ଦେବେ ବୋଲି ଘୋଷଣା କରିଥିଲେ ମଧ୍ୟ ଅଦ୍ୟାବଧି ମିଳିଲା ନାହିଁ | ତିନିଟି ଯାକ ଭକ୍ତ ନିବାସ ପାଇଁ ସମାନ ମଜୁରୀ ନୀତି କାର୍ଯ୍ୟକାରୀ କରିବା, କର୍ମଚାରୀ ଙ୍କୁ ରଥ ବୋନସ, ବର୍ଷ କୁ ଦୁଇ ହଳ ପୋଷାକ,ପ୍ରତି ମାସ ର ଦରମା ସ୍ଲିପ ଦେବା ପାଇଁ ଦାବୀ କୁ କର୍ତ୍ତୃ ପକ୍ଷ ପୂରଣ କଲେ ନାହିଁ | ଭକ୍ତ ନିବାସ ରେ କୋଭିଡ
କେୟାର କେନ୍ଦ୍ର ହେଲା କର୍ମଚାରୀ କାମ କଲେ, କିନ୍ତୁ ସେମାନଙ୍କୁ ସ୍ପେସିଆଲ ସହାୟତା ରାଶି ସରକାରୀ ଘୋଷଣା ମୁତାବକ ଦେଉ ନାହାନ୍ତି |ସେଠି ସେମାନଙ୍କୁ ସୁରକ୍ଷା ଉପକରଣ ନାହିଁ କି ସେମାନଙ୍କ ପାଇଁ ବୀମା ଲାଗୁ ହେଲା ନାହିଁ | ଶ୍ରୀମନ୍ଦିର ପ୍ରଶାସକ ଙ୍କୁ ଦାବୀ ପତ୍ର ଦେଇ .ଇ ପି ଏଫ, ଇ ଏସ ଆଇ ଠକିଥିବା ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ରାୟଗୁରୁ ଦାବୀ କରିଥିଲେ |ସମ୍ପାଦକ ରଶ୍ମିତା ଗୋଛିକାର, ଉପ ସଭାପତି ଜଗନ୍ନାଥ ଦେଓ, ଅମରେନ୍ଦ୍ର ନନ୍ଦ, ସୋମନାଥ ନାୟକ, ସୁଜିତ ନାୟକ, ଦୀପକ କୁମାର ରଥ, ମୁନା ମହାପାତ୍ର, ଅକ୍ଷୟ ଜେନା ରଞ୍ଜନ ଭୋଇ, ଶିବ ସାହୁ ପ୍ରମୁଖ ବିକ୍ଷୋଭ ରେ ସାମିଲ ଥିଲେ | ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କୁ ଦାବୀ ପତ୍ର ଦିଆଯାଇଥିଲା |