ନୂଆଦିଲ୍ଲୀ,ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମତଦାନକୁ ସ୍ୱଚ୍ଛ ଓ ନିର୍ମଳ ରଖିବା ପାଇଁ ଉଦ୍ୟମ ହୋଇଛନ୍ତି । କରୋନା କଟକଣାକୁ ଦୃଷ୍ଟିରେ ରଖି ମତଦାତାମାନେ ସତର୍କ ରୁହନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅପିଲ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟ କରି ପରାମର୍ଶ ଦେଇଛନ୍ତି ଯେ, ଗଣତନ୍ତ୍ରର ଏହି ମହାନ ପର୍ବରେ ମତଦାତା ବ୍ୟାପକ ପରିମାଣରେ ସାମିଲ ହୁଅନ୍ତୁ । କିନ୍ତୁ କୋଭିଡ କଟକଣାକୁ ଗୁରତର ସହିତ ପାଳନ କରନ୍ତୁ । ଦୁଇ ମିଟର ଦୂରରେ ରହିବାକୁ ଭୁଲନ୍ତୁ ନାହିଁ ମତଦାତା । ସେହିପରି ମାସ୍କକୁ ନିଶ୍ଚିତ ଭାବେ ପିନ୍ଧନ୍ତୁ । ମନେରଖନ୍ତୁ ପ୍ରଥମେ ମତଦାନ ଓ ପରେ ଜଳପାନ ବୋଲି ମୋଦୀ କହିଛନ୍ତି ।