ବାଲେଶ୍ୱର- ବାଲେଶ୍ୱର ଜିଲ୍ଲା ନିଳଗିରି କୋର୍ଟ ପରିସର ଥିବା ମୋହରିରଙ୍କ •ଳିଆ ଉଚ୍ଛେଦକୁ ନେଇ ବିବାଦ ଦେଖା ଯାଇଛି । ଏହାର ଉଚ୍ଛେଦ ନେଇ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁ ଆଜି ମୁହାଁମୁହିଁ ହୋଇଛନ୍ତି । ଏହା ପରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଧାୟକ ଶ୍ରୀ ନାୟକ ଅନଶନରେ ବସିଥିଲେ । ପରେ ଉଭୟ ଥାନାକୁ ଯାଇ ମାମଲା ରୁଜୁ କରିଥିବା ଜଣା ପଡିଛି ।
ମିଳିଥିବା ସୂଚନା ଅନୁସାରେ ନୀଳଗିରି କଚେରୀ ପରିସରରେ ମୋହରିରମାନେ ଦୀର୍ଘ ଦିନ ହେଲା •ଳିଆ କରି ବସୁଥିଲେ । ହେଲେ ସେମାନଙ୍କ ପାଇଁ ଥଇଥାନ ବ୍ୟବସ୍ଥା ନ କରି ଉକ୍ତ •ଳିଆକୁ ଉଚ୍ଛେଦ କରାଯାଇ ଥିବାରୁ ଏହାକୁ ତୀବ୍ର ବିରୋଧ କରିଥିଲେ ଶ୍ରୀ ନାୟକ । ଆଜି ସକାଳେ ନୀଳଗିରି ତହସିଲଦାର, ଅତିରିକ୍ତ ତହସିଲଦାର ଓ ସଦର ଆର୍ଆଇ କୋର୍ଟ ପରିସରରେ ପହଞ୍ଚିବା ପରେ ଜେସିବି ସାହାଯ୍ୟରେ •ଳିଆ ଭଙ୍ଗା କାମ ଆରମ୍ଭ ହୋଇଥିଲା । ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ବିଧାୟକ ସୁକାନ୍ତ ନାୟକ ପହଂଚିବା ପରେ ମୋହରିରମାନଙ୍କ ପାଇଁ କୌଣସି ଥଇଥାନ ବ୍ୟବସ୍ଥା ନ କରି କାହିଁକି •ଳିଆ ଭାଙ୍ଗୁଛ ବୋଲି ସେ ତହସିଲଦାର ଟୁଡ଼ୁଙ୍କୁ ପ୍ରଶ୍ନ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉତ୍ୟକ୍ତ ବିଧାୟକ ସମସ୍ୟାର ସମାଧାନ ଦାବିରେ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଛନ୍ତି ।
ବିଧାୟକ ଶ୍ରୀ ନାୟକ କହିଛନ୍ତି, କୋର୍ଟ ପରିସରରୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ପଦ୍ଧତିରେ •ଳିଆକୁ ଉଚ୍ଛେଦ କରାଯାଉଛି । ଏଠାରେ ଲୋକେ ବହୁ ବର୍ଷରୁ ସେମାନେ ବସୁଛନ୍ତି । ସେମାନଙ୍କୁ ଥଇଥାନ ନ କରିବା ପର୍ଯ୍ୟନ୍ତ ଏହି •ଳିଆ ନ ଭାଙ୍ଗିବାକୁ କିଛି ଦିନ ପୂର୍ବେ ଉପ-ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଦାବି ଜଣାଇଥିଲୁ । ହେଲେ ଆଜି ସକାଳେ ଭଙ୍ଗା •ଲିଥିବା ଖବର ପାଇ ପହଞ୍ଚିଥିଲୁୟ କିନ୍ତୁ ଏଠାରେ ଅଧିକାରୀଜଣକ ଖରାପ ବ୍ୟବହାର କରିଥିଲେ । ଏଭଳି ଏକଛତ୍ରବାଦୀ ଅଫିସରଙ୍କ ନିକଟରୁ ଲୋକେ କି ନ୍ୟାୟ ପାଇବେ?
ଅନ୍ୟ ପକ୍ଷରେ ତହସିଲଦାର୍ ସୁଶ୍ରୀତା ଟୁଡ଼ୁ ବିଧାୟକ ବିରୋଧରେ ଆରୋପ ଲଗାଇବା ସହ ଆଇନପ ଆଶ୍ରୟ ନେବେ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ବିଧାୟକ ପ୍ରଥମେ ମୋ ସହିତ ଦୁର୍ବ୍ୟବହାର କରିଥିଲେୟ ଆଙ୍ଗୁଠି ଦେଖାଇ ମୋ ସହିତ ଅଶାଳୀନ ଭାଷାରେ କଥାବାର୍ତା ଆରମ୍ଭ କରିଥିଲେ । ଏପରି ବ୍ୟବହାର ଯୋଗୁ ଜଣେ ମହିଳା ହିସାବରେ ମୁଁ ବିଧାୟକ ଓ ତାଙ୍କ ସାଥୀଙ୍କ ଦ୍ୱାରା ଅପମାନିତ ହୋଇଛି ।
ତହସିଲ୍ଦାର ଆହୁରି ମଧ୍ୟ କହିଛନ୍ତି, ପ୍ରଥମେ ମୁଁ ନୁହେଁ ବିଧାୟକ ଆଙ୍ଗୁଠି ଦେଖାଇବା ଆରମ୍ଭ କରିଥିଲେ । ମୋତେ ଧମକାଇ ଥିଲେୟ ସେ ଆଙ୍ଗୁଠି ଦେଖାଇବାରୁ ମୁଁ ଆଙ୍ଗୁଠି ଦେଖାଇଥିଲି ।
Related Stories
November 25, 2024