ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଖୋର୍ଧା, ନୂଆପଡା, ଝାରସୁଗୁଡା ଜିଲ୍ଲାର ୨-୨ ଜଣ ରହିଥିବା ବେଳେ ପୁୁରୀ, ସୁନ୍ଦରଗଡ, ନବରଙ୍ଗପୁର, କଟକ ଓ ଗଂଜାମ ଜିଲ୍ଲାର ନ ଜଣେ ଜଣେ ମୃତ୍ୟୁବରଣ କରିଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଭୁବନେଶ୍ୱରର ୫୯ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ପୁରୀ ଜିଲ୍ଲାର ଜଣେ ୮୦ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ସୁନ୍ଦରଗଡ ଜିଲ୍ଲାର ଜଣେ ୭୦ ବର୍ଷୀୟ କରୋନା ସଂକ୍ରମିତ ମହିଳା ମୃତ୍ୟୁବରଣ କରିଛନ୍ତି । ଝାରସୁଗୁଡା ଜିଲ୍ଲାର ଜଣେ ୭୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ଓ ଉଚ୍ଚ ରକ୍ତଚାପ ରୋଗରେ ପୀଡିତ ଥିଲେ । ଝାରସୁଗୁଡା ଜିଲ୍ଲାର ଜଣେ ୫୮ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଭୁବନେଶ୍ୱରର ଜଣେ ୭୭ ବର୍ଷୀୟ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ନୂଆପଡା ଜିଲ୍ଲାର ଜଣେ ୨୨ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ନୂଆପଡା ଜିଲ୍ଲାରେ ଜଣେ ୫୫ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସମ୍ବଲପୁର ଜିଲ୍ଲାର ଜଣେ ୫୯ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । କଟକ ଜିଲ୍ଲାର ଜଣେ ୩୫ ବର୍ଷୀୟ ପୁରୁଷ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗଂଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।