

ଆଜି ଚିହ୍ନଟ ହୋଇଥିବା ୧୫୪୦ ଜଣଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧରୁ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୨୦୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୦୦ , ବାଲେଶ୍ୱର ଜିଲ୍ଲାରେ ୯୨ ଜଣ, ବରଗଡ ଜିଲ୍ଲାରେ ୪୧ , ଭଦ୍ରକ ଜିଲ୍ଲାରେ ୯, ବଲାଙ୍ଗିର ଜିଲ୍ଲାରେ ୬୭, ବୌଦ୍ଧ ଜିଲ୍ଲାରେ ୩ ,କଟକ ଜିଲ୍ଲାରେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୭, ଢେଙ୍କାନାଳ ଜିଲ୍ଲାରେ ୨୪, ଗଜପତି ଜିଲ୍ଲାରେ ୫, ଗଂଜାମ ଜିଲ୍ଲାରେ ୨୯, ଜଗତସିଂହପୁର ଜିଲ୍ଲାରେ ୭୮, ଯାଜପୁର ଜିଲ୍ଲାରେ ୨୨ . ଝାରସୁଗୁଡା ଜିଲ୍ଲାରେ ୪୨, କଳାହାଣ୍ଡି ଜିଲ୍ଲାରେ ୪୭, କନ୍ଧମାଳ ଜିଲ୍ଲାରେ ୧୪, କେନ୍ଦ୍ରାପଡା ଜିଲ୍ଲାରେ ୬୨ ,କେନ୍ଦୁଝର ଜିଲ୍ଲାରେ ୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୨୬ ଜଣ, ମାଲକାନଗିରି ଜିଲ୍ଲାରେ ୪୨, ମୟୁରଭଂଜ ଜିଲ୍ଲାରେ ୯୧, ନବରଙ୍ଗପୁୁରରେ ୪୩, ନୟାଗଡ ଜିଲ୍ଲାରେ ୩୩, ନୂଆପଡା ଜିଲ୍ଲାରେ ୫୧, ପୁରୀ ଜିଲ୍ଲାରେ ୪୯, ରାୟଗଡା ଜିଲ୍ଲାରେ ୧୦, ସମ୍ବଲପୁର ଜିଲ୍ଲାରେ ୩୨ ,ସୋନପୁର ଜିଲ୍ଲାରେ ୨୯ ତଥା ସୁନ୍ଦରଗଡ ଜିଲ୍ଲାରେ ୧୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୩୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।