

ସେ ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ କହିଛନ୍ତି ଯେ ନିୟମ ଅନୁସାରେ ବିଧାନସଭାର ଅଧିବେଶନ ବର୍ଷରେ ୬୦ ଦିନ ବସିବା କଥା । ତେବେ ଚଳିତ ବିଧାନସଭାର ତୃତୀୟ ଓ ଚତୁର୍ଥ ଅଧିବେଶନ ୨୦ ଦିନ ପାଇଁ ବସିଛି । ତେଣୁ ଡିସେମ୍ବର ପୂର୍ବରୁ ବଳକା ୪୦ ଦିନ କାର୍ଯ୍ୟ ଦିବସ ପୂରା କରା ଯିବ । ରାଜ୍ୟପାଳଙ୍କ ଠାରୁ ଅନୁମତି ପାଇବା ପରେ ଏ ନେଇ କ୍ୟାଲେଣ୍ଡର ପ୍ରସ୍ତୁତ ହେବ ।