
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ ପକ୍ଷରୁ ପୁଣି ଜୁଆ ଆଡ୍ଡା ଉପରେ ଚଢ଼ଉ କରାଯାଇଛି । ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟଙ୍କ ନିର୍ଦେଶ କ୍ରମେ ଜୁଆଖେଳକୁ ବନ୍ଦ କରିବା ପାଇଁ ହିଞ୍ଜିଳି ଆଇଆଇସି ସ୍ଵତନ୍ତ୍ର ଟିମ୍ ଗଠନ କରିଛନ୍ତି । ଥାନା ଅଧୀନ ନିମିଗାଁରେ ଜୁଆଆଡ୍ଡା ଚାଲିଥିବା ଖବର ପାଇଁ ଆଇଆଇସି ଅଭିମନ୍ୟୁ ଦାସଙ୍କ ନିର୍ଦେଶ କ୍ରମେ ସବ୍ ଇନସ୍ପେକ୍ଟର ବିଡ଼ି ଭୋଇ, ଅନ୍ୟାନ୍ୟ କର୍ମଚାରୀ ଚଢଉ କରିଥିଲେ । ଘଟଣାସ୍ଥଳରୁ ନଗଦ ୧୫ ହଜାର ୮୦୦ ଟଙ୍କା, ମୋବାଇଲ ଫୋନ୍, ତାସ୍ ମୁଠା ଜବତ କରିବା ସହ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ପରମ୍ପରା ନାମରେ ଲକ୍ଷ ଲକ୍ଷ ଟଙ୍କା ଜୁଆରେ ବାଜି ଲାଗୁଛି । ବଡ ବଡ ଜୁଆଆଡ୍ଡାକୁ ଦଲାଲ ମାନେ ପରିଚାଳନା କରୁଥିବା ସୂଚନା ମିଳିଛି ।