ଧର୍ମଶାଳା- ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ମଙ୍ଗରାଜପୁର ପଂଚାୟତସ୍ଥ ଜଗ୍ସାପାଟଣା ଗ୍ରାମର ୯ ଓ ୧୦ନଂ ୱାର୍ଡରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବରୀ ନିର୍ବାଚନ ମଣ୍ଡଳୀର ସଭ୍ୟ ସଂଗ୍ରହ ସଂଯୋଜକ ଦେବେନ୍ଦ୍ର ଦାସଙ୍କ ତତ୍ୱବଧାନରେ ବରୀ ବିଧାୟିକା ସୁନନ୍ଦା ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭ୍ୟ ସଂଗ୍ରହ ଅଭିଯାନ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନହିତ କାର୍ଯ୍ୟ ସମ୍ପର୍କରେ ମତ ପ୍ରକାଶ କରିଥିଲେ । ଏଥିସହିତ ଜଗ୍ସାପାଟଣା ଗ୍ରାମର ଶତାଧିକ ମହିଳାଙ୍କ ସମସ୍ତ ସମସ୍ୟାକୁ ପଚାରି ବୁଝିଥିଲେ । ମହିଳାମାନେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମଙ୍ଗରାଜପୁର ପଂଚାୟତ ସମିତି ସଭ୍ୟା ମହେଶ୍ୱତା ନାୟକ,ବନ୍ଧଡିହ ପଂଚାୟତର ସହ-ସଂଯୋଜକ ତଥା ବ୍ରହ୍ମବରଦା ସରପଂଚ ବିଜୟ ଦାସ,ବରୀ ନିର୍ବାଚନ ମଣ୍ଡଳୀର ଜିଲା ପରିଷଦ ସଭ୍ୟ ଅଶୋକ ସାମଲ,ପଂଚାୟତ ସଭାପତି ନିରଞ୍ଜନ ପତି,ସମ୍ପାଦକ ବୁଲବୁଲ ନାୟକ,ମଙ୍ଗରାଜପୁର ପଂଚାୟତ ପୂର୍ବତନ ସରପଂଚ ମଦନ ମୋହନ ମଲିକ,ପୂର୍ବତନ ସରପଂଚ ଜଗବନ୍ଧୁ ବାରିକ,ପୂର୍ବତନ ସରପଂଚ ଯଦୁନାଥ ଓଝା,ଦଳିତ ସେଲ ସଭାପତି ଧିରେନ୍ଦ୍ର ମଲିକ,ପଂଚାୟତ ଉପ-ସଭାପତି ମାଧବା ନନ୍ଦ ନାୟକ,ପଂଚାୟତ ଯୁବ ସଭାପତି ଖଗେଶ୍ୱର ସାହୁ,ଅର୍ଥଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅର୍ଜ୍ଜୁନୀ ନାୟକ,ଚନ୍ଦନ ନାୟକ,ଦଶରଥ ପାଣ୍ଡେ,ବାବୁଲି ପାଣ୍ଡେ,ପ୍ରଭାତ ଦାସ,ନାରାୟଣ ସ୍ୱାଇଁ,ଅଖିଳ ମଲିକ,ସୁବାସ ଦାସ ପ୍ରମୁଖ ଯୋଗ ଦେଇ ସଭ୍ୟ ସଂଗ୍ରହ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହିତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 25, 2024