ପୁରୀ– ବ୍ଲୁ ଫ୍ଲାଗ୍ ବିଚ୍ ରେ ସମୁଦ୍ର ସ୍ନାନ ବେଳେ ଭାସିଯାଇ ଜଣେ ପର୍ଯ୍ୟଟକ ନିଖୋଜ ଅଛନ୍ତି । ନିଖୋଜ ପର୍ଯ୍ୟଟକ ଜଣକ ଝାଡ଼ଖଣ୍ଡ ରାଜ୍ୟର ବୋଲି ଜଣାପଡିଛି । ତେବେ ତାଙ୍କର ସମ୍ପୂର୍ଣ୍ଣ ପରିଚୟ ଅଦ୍ୟାବଧି ମିଳିପାରିନାହିଁ । ଏହି ପର୍ଯ୍ୟଟକ ଜଣକ ସପରିବାରେ ପୁରୀ ବୁଲିବାକୁ ଆସି ଆଜି ପୂର୍ବାହ୍ନରେ ବ୍ଲୁ ଫ୍ଲାଗ୍ ବିଚ୍ ବାଥିଂ ଜୋନ୍ ରେ ନିଜ ପରିବାର ଲୋକଙ୍କ ସହ ଗାଧୋଉଥିବା ବେଳେ ଉଚ୍ଚ ଲହଡ଼ିରେ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଖବର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଂଚି ଖୋଜାଖୋଜି ଜାରୀ ରଖିଥିଲେ ସୁଦ୍ଧା ଅପରାହ୍ନ ସାଢ଼େ ଗୋଟାଏ ସୁଦ୍ଧା ନିଖୋଜଙ୍କ ପତା ମିଳିନି ।