ରାଉରକେଲା – ସୋସିଆଲ୍ ମିଡ଼ିଆରେ ଯୁବତୀଙ୍କ ସହିତ ବନ୍ଧୁତା ଏବଂ ପରବର୍ତୀ ସମୟରେ ଯୁବତୀ ଜଣକ ବିବାହ କରିବାକୁ ମନା କରିବାରୁ ତାଙ୍କର ଅଶ୍ଳିଳ ଫଟୋ ଭାଇରାଲ୍ କରିବା ମାମଲାରେ ବିହାର ଅଂଚଳର ଜଣେ ଯୁବକକୁ ରାଉରକେଲା ପୁଲିସ ଗିରଫ କରି କୋର୍ଟଚାଲାଣ କରିଛି । ଖବରରୁ ଜଣାପଡିଛି, ଯୁବକର ନାମ ଅମନ ରାଜ ଶର୍ମା ସେ ବିହାରର ବାସୀନ୍ଦା । କିଛିଦିନ ପୂର୍ବରୁ ରାଉରକେଲାର ଜଣେ ୧୯ବର୍ଷିଆ ଯୁବତୀ ସହ ଏହି ଯୁବକର ଫେସବୁକରେ ସଂପର୍କ ଗଢି ଉଠିଥିଲା । ପରେ ଉଭୟ ଉଭୟଙ୍କୁ ନାନା ପ୍ରକାରର ଫଟୋ ଦିଆନିଆ ହୋଇଥିଲେ । ତା ଭିତରେ କିଛି ଫଟୋ ଚାଲାକିର ସହ ଅଭିଯୁକ୍ତ ଯୁବକ ସଂଗ୍ରହ କରିନେଇଥିଲା । ଇତିମଧ୍ୟରେ ଯୁବତୀ ଜଣକ ବିବାହ କରିବାକୁ ମନା କରିବାରୁ ଅମନ ଏସବୁ ଫଟୋ ଦେଖାଇ ତାଙ୍କୁ ବିଭିନ୍ନ ସମୟରେ ବ୍ଲାକମେଲ କରିବା ସହ ସେଗୁଡିକୁ ଭାଇରାଲ କରିଦେଇଥିଲା । ଫଳରେ ଲଜ୍ଜାରେ ଯୁବତୀ ଜଣକ ବାଟ ଚାଲିବା ମୁସ୍କିଲ ହୋଇଯାଇଥିଲା । ପରେ ସେ ଏନେଇ ରାଉରକେଲା ସାଇବର ଥାନାରେ ଏତଲା ଦେବାରୁ ରାଉରକେଲା ପୁଲିସ ଅଫିସର ମୁନା ନାୟକ ଓ ଟିମ୍ ବିହାରର ମୁଙ୍ଗେର ଯାଇ ଅଭିଯୁକ୍ତ ଅମନକୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପ୍ରକାଶ ।
Related Stories
November 25, 2024