ଞ୍ଜାମ- ଗଞ୍ଜାମ ଜିଲ୍ଲା ବୁଗଡା ଥାନା ଅନ୍ତର୍ଗତ ମୋଟାବାଡି ଗ୍ରାମରେ ଗତକାଲି ଚିତ୍ରସେନ ଗୌଡଙ୍କ ପତ୍ନୀ ପୂର୍ଣ୍ଣମାସୀ ଗୌଡ (୨୩) ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତାଙ୍କର ୪ ବର୍ଷ ଓ ୭ ମାସର ଦୁଇଟି କନ୍ୟା ସନ୍ତାନ ଅଛନ୍ତି । ଖବର ପାଇ ବୁଗୁଡା ଥାନା ଅଧିକାରୀ ଚିତରଂଜନ ବେହେରା ଘଟଣାସ୍ଥଳକୁ ଯାଇ ଶବ ଜବତ କରି ଭଞ୍ଜନଗର ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏ ସଂକ୍ରାନ୍ତରେ ଥାନାରେ ୩୫\୨୦ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।