ଗଞ୍ଜାମ– ବେଲଗୁଣ୍ଠା ବ୍ଲକ ଗାଙ୍ଗପୁରର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଚିନଂ କୁରେଶୁ ପାତ୍ରଙ୍କ ପରଲୋକ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ (୮୧) ବର୍ଷ ବୟସ ହୋଇଥିଲା । ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ । ଗତକାଲି ଅପରାହ୍ନ ସାଢ଼େ ୪ଟା ସମୟରେ ନିଜ ଗାଙ୍ଗପୁର ମେନ୍ ରୋଡ ସ୍ଥିତ ବାସଭବନରେ ତାଙ୍କ ଦେହାନ୍ତ ଘଟିଥିଲା । ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରିଥିଲେ । ବରିଷ୍ଠ ବିଜେପି ନେତା ନୀଳମଣି ବିଷୋୟୀ, ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର ଡାକୁଆ, କ୍ଷତ୍ରିୟ ବରପୁର ସରପଞ୍ଚ ରାଜେନ୍ଦ୍ର ଗୌଡ, ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପ-ସଭାପତି ପ୍ରଭାତ ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ ।
ସ୍ବର୍ଗତ ପାତ୍ର ଜଣେ ମିଷ୍ଟଭାଷୀ, ଛାତ୍ରବତ୍ସଳ, ପରୋପକାରୀ ଶିକ୍ଷକ ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସୂର୍ଯ୍ୟ, ଅରୁଣ, କନ୍ୟା ମାମି, ଲିଲି, ବୋହୂ, ଜ୍ୱାଇଁ ଓ ନାତିନାତୁଣୀ ଉପସ୍ଥିତ ଥିଲେ । ଜ୍ୟୋଷ୍ଠ ପୁତ୍ର ସୂର୍ଯ୍ୟ ମୁଖାଗ୍ନି ଦେଇଥିଲେ । ଗାଙ୍ଗପୁର ଗାଁ ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।