ରାଉରକେଲା- ରାଉରକେଲାର ଛେଣ୍ଡ କଲୋନୀରେ ଥିବା ଏକ ଆଶ୍ରମ ଭିତରୁ ଆଜି ଜଣେ ଶିକ୍ଷକଙ୍କର ଝୁଲନ୍ତା ଶବକୁ ଛେଣ୍ଡ ପୁଲିସ ଜବତ କରିଛି । ମୃତ ଶିକ୍ଷକଙ୍କ ନାମ ସୂର୍ଯ୍ୟ ରଥ । ସେ ନରସିଂହପୁର ଅଂଚଳର ମୂଳ ବାସିନ୍ଦା । ଏଠାରେ ତାଙ୍କ ଭଉଣି ଓ ପରିବାରର ଲୋକେ ଛେଣ୍ଡ କଲୋନୀରେ ରହୁଥିବା ବେଳେ ସେ ପ୍ରତିଦିନ ଆସି ଛେଣ୍ଡ ପ୍ରଥମ ଫେଜରେ ଥିବା ନିଗମାନନ୍ଦ ଆଶ୍ରମରେ ରାତ୍ରୀ ଯାପନ କରନ୍ତି । ସକାଳୁ ସେ ବୀରମିତ୍ରପୁର ନିକଟ କୁମଝରିଆ ବିଦ୍ୟାଳୟକୁ ପାଠ ପଢାଇବାକୁ ଯାଆନ୍ତି । ହଠାତ ତାଙ୍କ ଭଉଣି ତାଙ୍କୁ ଆଜି ସକାଳୁ ଫୋନ କରି ବିଫଳ ହେବାରୁ ଆସି ଆଶ୍ରମର କବାଟ ପିଟିଥିଲେ । କିଛି ଉତର ନପାଇ ପଛପାଖ ଝରକାରେ ଦେଖିବାରୁ ତାଙ୍କ ଭାଇ ପଙ୍ଖାରେ ଝୁଲଥିବା ଦେଖିବାକୁ ପାଇଥିଲେ । ପରେ ସେ ଏନେଇ ପୁଲିସକୁ ଖବର ଦେବାରୁ ଛେଣ୍ଡ ପୁଲିସ ଘଟଣାସ୍ଥଳରେ ପହଂଚି ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ କବାଟ ଭାଙ୍ଗି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ସେ କୁମଝରିଆ ବିଦ୍ୟାଳୟରେ ନିୟମିତ ଶିକ୍ଷକ ନଥିଲେ ବି ପ୍ରତିଦିନ ପାଠ ପଢାଇବାକୁ ଯିବା ସହ ପୁଜା କରି ଜୀବନ ଯାପନ କରୁଥିଲେ । ତେବେ କୁମଝରିଆ ବିଦ୍ୟାଳୟ ସଂଜୟ ସାମଲଙ୍କୁ ଯୋଗା ଯୋଗ କଲେବି ତାଙ୍କ ଠାରୁ କିଛି ଉତର ମିଳିନଥିବା ବେଳେ ଶିକ୍ଷକଙ୍କ ମୃତ୍ୟୁ ନେଇ ତାଙ୍କ ପରିବାର ଲୋକଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ପୁଲିସ ଘଟଣାର ତଦନ୍ତ ଜାରୀ ରଖିଛି ।
Related Stories
November 25, 2024