କନ୍ଧମାଳ – କନ୍ଧମାଳ ଜିଲ୍ଲା କ. ନୂଆଗାଁ ବ୍ଲକ୍ ଗୁଞ୍ଜିବାଡ଼ି ପଚାଂୟତର ଜିତୁବାଡ଼ି ରେ ରବିବାର ସଂନ୍ଧ୍ୟାରେ ସୁଶିଲ ପ୍ରଧାନଙ୍କ ୫ ବର୍ଷିୟ ଶିଶୁ ପୁତ୍ର ଘର ସାମ୍ନାରେ ଖେଳୁଥିବା ଏକ ବୋଲେରୋ ଗାଡି ତା ଉପରେ ମାଡି ଯାଇଥିଲା । ଘଟଣାସ୍ଥଳରେ ପିଲାଟିର ମୃତ୍ୟୁ ହୋଇଥିବା ବେଳେ ଗାଡି ଚାଳକ ଗାଡି ନେଇ ସେଠାରୁ ଫେରାର୍ ହୋଇଯାଇଥିଲା । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ସୋମବାର ସକାଳୁ ବୋଲେରୋ ଗାଡ଼ି ଏହାର ଚାଳକକୁ ପୋଲିସ ଗିରଫ କରିବା ଦାବିରେ ମୃତ ଶିଶୁର ପରିବାର ଓ ଗାଁ ଲୋକେ ଜି. ଉଦୟଗିରି – ବ୍ରହ୍ମପୁର ରାସ୍ତା ଅବରୋଧ କରିଛନ୍ତି । ଫଳରେ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି । ଅପରାହ୍ନ ୧ଟା ଖବର ଲେଖାଯିବା ସୁଦ୍ଧା ସେଠାରେ କୌଣସି ପ୍ରଶାସନିକ ଅଧିକାରୀ କିମ୍ବା ପୋଲିସ ଅଧିକାରୀ ଆନ୍ଦୋଳନକାରୀଙ୍କ ନିକଟରେ ପହଂଚି ନଥିବା ଜଣାପଡିଛି । ରାସ୍ତାରୋକ ଜାରୀ ରହିଛି ।
ଅନ୍ୟପକ୍ଷରେ ମୃତ ଶିଶୁର ପରିବାର ପକ୍ଷରୁ ସାରଙ୍ଗଡ଼ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।