ପାରାଦ୍ୱୀପ – ତିର୍ତୋଲ ଉପ ନିର୍ବାଚନ ପାଇଁ ତିନି ପ୍ରମୂଖ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନ ଜାରୀ ରହିଛି । ଆଜି ବିଜେଡ଼ି ପକ୍ଷରୁ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେଡ଼ି ନେତା ସଞ୍ଜୟ ଦାସବର୍ମା ଏବଂ ବିଜେଡ଼ି ପ୍ରାର୍ଥୀ ବିଜୟଶଙ୍କର ଦାସ ତାଙ୍କ ସମର୍ଥକଙ୍କ ଗହଣରେ ପ୍ରଚାର ଅଭିଯାନ ଜାରୀ ରଖିଛନ୍ତି ।
ସେହିପରି ବିଜେପି ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସମେତ, ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ବିଜେପି ଜିଲ୍ଲା ପ୍ରଭାରୀ ସାରଦା ପ୍ରଧାନ ଓ ବିଭିନ୍ନ ମଣ୍ଡଳସ୍ତରିୟ ନେତା ମାନେ ଏହି ପ୍ରଚାର କାର୍ଯ୍ୟରେ ସାମିଲ୍ ହୋଇଥିଲେ ।
ଅନୁରୂପ ଭାବେ କଂଗ୍ରେସ ପ୍ରାର୍ଥୀ ହିଂମାଶୁ ଭୂଷଣ ମଲ୍ଲିକ, କଂଗ୍ରେସର ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳ ଓ ରଞ୍ଜୀବ ବିଶ୍ୱାଳଙ୍କୁ ନେଇ ପ୍ରଚାର ଅଭିଯାନ ଜାରୀ ରଖିଛନ୍ତି । ଉପ ନିର୍ବାଚନରେ ସିପିଆଇ ସେଠାରେ ପ୍ରାର୍ଥୀ ଦେଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଓ ତାଙ୍କ ଦଳକୁ ସମର୍ଥନ କରିବ ବୋଲି ଘୋଷଣା କରିଛି ।
ଏଠାରେ ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖ ଦିନ ଏଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ୍ ଗ୍ରହଣ କରାଯିବ । ଏବଂ ୧୦ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇବ ।