କେନ୍ଦୁଝର – ଶାରଦୀୟ ଉତ୍ସବରେ ଦୁର୍ଗତି ନାଶିନୀ ମା ଧରା ପୃଷ୍ଠରେ ଅବତରଣ କରିବା ଅବସରରେ ବିଭିନ୍ନ ସଂପ୍ରଦାୟ ସେମାନଙ୍କର ପୂଜା ଉତ୍ସବ ପାଳନ କରୁଥିବା ବେଳେ କେନ୍ଦୁଝର ର ଆଦିବାସୀ ମୁଣ୍ଡା ସଂପ୍ରଦାୟ ପାଳନ କରିଛନ୍ତି ମା ଙ୍କୁ ସମର୍ପିତ ସେମାନଙ୍କର ନିଆରା ଦୁର୍ଗପୂଜାସୋôବ । ପୁରଷ ପୁରୁଷ ଧରି ଚାଲି ଆସିଥିବା ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ମୁଣ୍ଡା ସଂପ୍ରଦାୟ ର ଯୁବକମାନେ ଯୁବତୀ ବେଶ ରେ ସଜାଇ ହୋଇ ମୟୁରପୁଛ ସହ ପାରମ୍ପାରିକ ବାଦ୍ୟ ଯନ୍ତ୍ର ପିତଳ ଥାଳି, ବେଲା, ସିଲଭର ଗରା, ଆଦିରେ ବାଦ୍ୟ ପରିବଷେଣ କରିବା ସହ ଗୋଟିଏ ଛୋଟ ପିଲାକୁ ଯୋଗୀ ବେଶରେ ସଜାଇ ନାଚି ନାଚି ଗ୍ରାମ ମାନଙ୍କରେ ଦ୍ୱାର ଦ୍ୱାର ବୁଲି ଭିକ୍ଷା ମାଗଣ କରିଥାଆନ୍ତି । ସେମାନେ ଦଶହରା ର ୧୫ ଦିନ ପୂର୍ବରୁ ଘରୁ ବାହାରୁଥିବା ବେଳେ ଉପବାସ ବ୍ରତ ମଧ୍ୟ ପାଳନ କରିଥାନ୍ତି । ସେମାନଙ୍କର କହିବା କଥା ହେଲା ଯେ ପରମ୍ପରାର ବିଧିନୁଶାରେ ସେମାନେ ୧୨ ଦୁଆର ୧୩ ଦୁଆର ବୁଲି ମାଗଣ କରିଥାଆନ୍ତି । ସେମାନେ କେବଳ ସେମାନଙ୍କର ପରମ୍ପରାକୁ ବଜାୟ ରଖିବା ଉଦ୍ଦେଶ୍ୟରେ ନିଜ ନିଜ କାମଧନ୍ଦା ଛାଡି ଏଭଳିି ଗ୍ରାମକୁ ଗ୍ରାମ ବୁଲିଥାଆନ୍ତି । ଆଜିର ବିଜୟା ଦଶମୀ (ଦଶହରା) ଦିନରେ ହିଁ ଦିନ ସେମାନେ ଗ୍ରାମ ଗ୍ରାମ ବୁଲି ମାଗଣ କରିଥିବା ଦ୍ରବ୍ୟକୁ ଆଣି ମା ଙ୍କ ସମ୍ମୁଖରେ ଅର୍ପଣ କରିବାର ପରମ୍ପରା ରହିଥିବା ବେଳେ ତାହା ସେମାନେ ପାଳନ କରିଥିଲେ । ଏବଂ ସେମାନେ ସେମାନଙ୍କ ପୁର୍ବପୂରୁଷଙ୍କର ପରମ୍ପରାକୁ ବଜାୟ ରଖିଥିବାରୁ ବେଶ ଖୁସି ଥିବା ପ୍ରକାଶ କରିଛନ୍ତି । ଆମ ରାଜ୍ୟର ଅନେକ ପାରମ୍ପରିକ ପୂଜା ପର୍ବଣ ସହ ନୃତ୍ୟ ଆଦି ଲୋପ ପାଇଯାଉଥିବା ବେଳେ ମୁଣ୍ଡା ସଂପ୍ରଦାୟ କୌଣସି ସହାୟତା ବିନା ସେମାନଙ୍କର ପୂର୍ବ ପୁରୁଷଙ୍କ ସମୟର ପରମ୍ପରାକୁ ବଜାୟ ରଖିବା ଉଦ୍ୟମ ଜାରି ରଖିବା ନିଶ୍ଚିତ ଭାବେ ପ୍ରଶଂସନୀୟ । ଆଗାମୀ ଦିନରେ ସେମାନେ ସେମାନଙ୍କ ପରମ୍ପରା ବଜାୟ ରଖିବା ଦିଗରେ କୌଣସି ପ୍ରତିବନ୍ଧକ ଯେପରି ସୃଷ୍ଟି ନ ହୁଏ ସେ ଦିଗରେ ଦୃଷ୍ଟି ଦେଇ ସରକାର ସହାୟତାର ହାତ ବଢାଇବାର ଆବଶ୍ୟକ ରହିଛି ।
Related Stories
November 24, 2024