କୁହାଯାଉଛି ଯେ, ପ୍ରାର୍ଥୀ ଶ୍ରୀନାରାୟଣ ସିଂହ ନିଜର ସମର୍ଥକଙ୍କ ସହିତ ଲୋକସଂପର୍କ ଅଭିଯାନରେ ବାହାରିଥିଲେ । ପିପରାହୀ ଥାନା ଅଂଚଳରେ ହଥସାର ଗାଁରେ ଦୁର୍ବୃତ୍ତମାନେ ଅଚାନକ ଗୁଳିକରିଥିଲେ, ଯେଉଁଥିରେ ଶ୍ରୀନାରାୟଣ ସିଂହ ସମେତ ୪ ଜଣଙ୍କ ଦେହରେ ଗୁଳି ବାଜିଥିଲା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟ ୨ ଜଣଙ୍କୁ ଗୁରୁତର ଭାବେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କୁ ଧରିଛନ୍ତି । ଆକ୍ରମଣକାରୀଙ୍କୁ ଗାଁ ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣା ପରେ ପୁଲିସ ପହଂଚି ମାମଲାର ତଦନ୍ତ କରୁଛି । ଏହି ହତ୍ୟାକାଣ୍ଡ ପଛରେ କିଏ ଅଛି ପୋଲିସ ସେହି ଦୃଷ୍ଟିରୁ ତଦନ୍ତ କରୁଥିବା ଜଣାଯାଇଛି ।