ନୂଆଦିଲ୍ଲୀ-ଦେଶରେ ଗତ ୨୪ଘଂଟା ମଧ୍ୟରେ ୫୦,୧୨୯ ଟି ନୂଆ କରୋନା ମାମଲା ସାମନାକୁ ଆସିଛି । ଗତ ୨୪ ଘଂଟା ମଧ୍ୟରେ ୫୭୮ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୮,୬୪,୮୧୧ରେ ପହଂଚିଛି ।
ଆଜି ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ସକ୍ରିୟ ରୋଗୀଙ୍କ ସଂଖ୍ୟା ୬,୬୮,୧୫୪ ଥିବା ବେଳେ ବର୍ତମାନ ସୁଦ୍ଧା ୧,୧୮,୫୩୪ଜଣ ମୃତ୍ୟୁ ବରଣ କରିଛନ୍ତି ।