
ଭବାନୀପାଟଣା– କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ୭ଟି ସ୍ଥାନରେ ମଣ୍ଡପରେ ଦୁର୍ଗତିନାସିନୀ ମା ଦୁର୍ଗାଙ୍କ ନବମୀ ପୂଜା କାର୍ଯ୍ୟ ଚାଲିଥିବା ବେଳେ ଶକ୍ତିପୀଠ ମାନଙ୍କରେ ମା ଦୁର୍ଗାଙ୍କ ଦଶମୀ ପୂଜା ଚାଲିଛି । ସହରର ୭ଟି ମଣ୍ଡପ ମଧ୍ୟରେ ନକଟିଗୁଡ଼ା, ଅର୍କାବାହିଲିପଡ଼ା, ବଜାରପଡ଼ା ନିକଟ ମନ୍ଦାର ବଗିଚାପଡ଼ା, ପରଦେଶୀ ପଡ଼ା, ବାହାଦୂର ବଗିଚାପଡ଼ା, ଇରିଗେସନ କଲୋନୀ ଏବଂ ପୁରୁଣା ବସଷ୍ଟାଣ୍ଡ ଠାରେ ନିର୍ମିତ ମଣ୍ଡପରେ ଦୂର୍ଗତିନାସିନୀ ମା ଦୁର୍ଗାଙ୍କ ନବମୀ ପୂଜା କାର୍ଯ୍ୟ ସୀମିତ ସଂଖ୍ୟକ ପୁରୋହିତଙ୍କୁ ନେଇ ଚାଲିଛି । କୋଭିଡ଼୍ କଟକଣାକୁ ଅନୁପାଳନ କରି ପୂଜା କାର୍ଯ୍ୟ ଆଗେଇ ଚାଲିଛି ।
ଭବାନୀପାଟଣା ସହରର ପ୍ରସିଦ୍ଧ ଶକ୍ତିପୀଠ ମା’ ମାଣିକେଶ୍ୱରୀଙ୍କ ନିକଟରେ ଆଜି ଦଶମୀ ପୂଜା କାର୍ଯ୍ୟ ଓ ଲାଖବିନ୍ଧା ପର୍ବ ଚାଲିଛି । ଭବାନୀପାଟଣା ସହରରେ ପ୍ରଶାନିକ କଟକଣା ୧୪୪ ଧାରା ବଳବତର ରହିଛି । ଆଜି ରାତି ୧୨ ଟା ପରେ ୧୪୪ ହଟିବ ବୋଲି ଜଣାପଡିଛି ।