
ମାଲକାନଗିରି– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ସ୍ୱାଭିମାନ ଅଂଚଳରେ ବିଭିନ୍ନ ସ୍ଥାନରେ ଆଜି ସକାଳୁ ବିଚ୍ଛିନ୍ନାଚଂଳ ଉନ୍ନୟନ ସମିତି ନାମରେ ମାଓବାଦୀ ବିରୋଧି ପୋଷ୍ଟର ଲାଗିଥିବାର ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ମାଓବାଦୀ ମାନେ ବିପ୍ଲବ ନାଁରେ ନିରୀହ ଆଦିବାସୀଙ୍କ ହତ୍ୟା କରିବା ଏକ ବର୍ବରତା ନୁହେଁ କି ? ମାଓବାଦୀ ମାନଙ୍କର ମୁଖା ଖୋଲିଗଲା ଗତ ୨୦ ତାରିଖ ରାତିରେ ଖଜୁରୀଗୁଡ଼ା (ଜୋଡ଼ାମ୍ବ) ଗାଁର ଆମ ଭାଇ ନିରୀହ ଆଦିବାସୀ ଦାସ ଖେମୁଡୁଙ୍କୁ ନିର୍ମମ ହତ୍ୟା କାଣ୍ଡରୁ ।
ଆହୁରି ମଧ୍ୟ ଏହି ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ମାଓବାଦୀ ମାନେ ସଂଗ୍ରାମ ନାମରେ ମିଛ ବାହାନା ଚଳାଇଛନ୍ତି । ଆମେ ଆଦିବାସୀ ମାନେ ପରିବାରର ପେଟରୁ ମାରି ତୁମକୁ ଖାଇବାକୁ ଦେଉଛୁ । ଆଉ ତୁମେ ମାଓବାଦୀ ମାନେ ସେହି ପେଟକୁ ଗୁୁଳି କରି ହତ୍ୟା କରୁଛ । ନୃସଂଶ ମାଓବାଦୀ ମାନେ ଡାହା ମିଛ କହିବା ବନ୍ଦ କର । ଆମ ଆଦିବାସୀଙ୍କୁ ବଂଚିବାକୁ ଦିଅ ।