
ଭବାନୀପାଟଣା– ପ୍ରଶାସନର ବ୍ୟାପକ କଟକଣା ମଧ୍ୟରେ ଗତକାଲି ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଅପରାହ୍ନରେ ନକଟିଗୁଡ଼ା ଠାରେ ଥିବା ଲାଖମରା ପଡ଼ିଆରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ୧୪୪ ଧାରା ଯୋଗୁଁ ବିନା ଭକ୍ତରେ ଲାଖମରା ପର୍ବ ଅନୁଷ୍ଠିତ ହେବ । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ମା’ ମାଣିକେଶ୍ୱରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଗତକାଲି ସକାଳ ୬ଟା ସୁଦ୍ଧା ସମସ୍ତ ରୀତିନୀତି ଅନୁଯାୟୀ ସମ୍ପନ୍ନ ହୋଇଥିଲା । ତେବେ କୋଭିଡ଼୍ ଗାଇଡ଼୍ ଲାଇନକୁ ଅନୁପାଳନ କରି ଚଳିତ ବର୍ଷ ଏସବୁ କାର୍ଯ୍ୟକ୍ରମ ବିନା ଭକ୍ତରେ ଅନୁଷ୍ଠିତ ହୋଇଛି ।