କେନ୍ଦ୍ରାପଡ଼ା – ଗତ ଫନି ବାତ୍ୟାରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାବେଳେ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ପ୍ରକୃତ କ୍ଷତିଗ୍ରସ୍ତ ମାନଙ୍କୁ ଏପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ କରାଯାଇନାହିଁ । କ୍ଷତିଗ୍ରସ୍ତ ହୋଇନଥିବା ଲୋକମାନେ ଚଂଚକତା କରି କ୍ଷତିପୂରଣ ଅର୍ଥ ହାସଲ କରିଥିବାବେଳେ ପ୍ରକୃତ କ୍ଷତିଗ୍ରସ୍ତମାନେ ଏବେମଧ୍ୟ ସହାୟତା ପାଇବାରୁ ବଂଚିତ ହୋଇଛନ୍ତି । ସୂଚନା ମୁତାବକ କେନ୍ଦ୍ରାପଡା ପୈାରାଂଚଳର ୧ ନମ୍ବର ୱାର୍ଡ ଶାମଗୁଡିଆ ମୈାଜାରେ ଭୂମିହୀନ ପଟା ପାଇ ସେଥିରେ ଘର କରି ରହୁଥିବା ଲୋକମାନଙ୍କୁ କ୍ଷତିପୂରଣ ଦିଆଯାଇନାହିଁ । କ୍ଷତିଗ୍ରସ୍ତମାନେ ଶୁକ୍ରବାର ଜିଲ୍ଲାପାଳଙ୍କୁ ଭେଟି କ୍ଷତିପୂରଣ ପ୍ରଦାନ କରିବାକୁ ନିବେଦନ କରିଛନ୍ତି । ଗ୍ରାମର ରବିନ୍ଦ୍ର ବେହେରା, ଗୀତାଞ୍ଜଳି ପାତ୍ର, ଶାନ୍ତିଲତା ବେହେରା, ଲକ୍ଷ୍ମୀପ୍ରିୟା ବେହେରା, ସରସ୍ୱତୀ ସେଠୀ, ନଳିନୀ ପାତ୍ର ପ୍ରମୁଖ ସହାୟତା ପାଇଁ ଦାବି କରିଛନ୍ତି ।
Related Stories
November 24, 2024
November 24, 2024