
ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗନ୍ଥପଲ୍ଲୀ ଗ୍ରାମରେ ଆଜି ସକାଳେ ଏକ ହତ୍ୟାକାଣ୍ଡ ଘଟିଯାଇଛି । ଦୁଇ ଜଣ ଯୁବକ ପୂର୍ବ ଶତୃତାକୁ କେନ୍ଦ୍ର କରି ଆଜି ଗାଁ ଦାଣ୍ଡରେ ବଚସା ହେବା ପରେ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରା ମାରି ଗୁରୁତର ଆହତ କରିଛି । ଆହତ ବ୍ୟକ୍ତିଙ୍କୁ ବ୍ରହ୍ମପୁର ବଡ ଡ଼ାକ୍ତରଖାନାକୁ ଚିକିତ୍ସା ପାଇଁ ନେବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏବଂ ବଡ଼ ମେଡିକାଲରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ମୃତ ଯୁବକଙ୍କ ନାମ ବଚନ ସ୍ୱାଇଁ । ମୃତକ ଓ ଆକ୍ରମଣକାରୀ ଦୁହେଁ ପୂର୍ବରୁ ବିଭିନ୍ନ ମାମଲାରେ ଜଡ଼ିତ ହୋଇ ସଜା ମଧ୍ୟ କାଟିଛନ୍ତି । ଘଟଣା ପରେ ଆକ୍ରମଣକାରୀ ଜଣକ ଫେରାର୍ ହୋଇଯାଇଛି । ଖବର ପାଇ ଦିଗପହଣ୍ଡି ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଳାଇଛି ।