କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ
ଶାରଦା ଦେବୀ ରୋଡ଼ ନିକଟସ୍ଥ ସୁନ୍ଦରକାଣ୍ଡ ଭବନ ପରିସରରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ସଙ୍ଗୀତମୟ ଶ୍ରୀରାମ ଚରିତ ମାନସ ନବାହ୍ନ ପାରାୟଣର ଆଜି ସପ୍ତମ ଦିବସ |ସପ୍ତମ ଦିବସ ଅବସରରେ ବିଷୟ ବସ୍ତୁ ଥିଲା
(ଅରଣ୍ୟ କାଣ୍ଡ, କିସ୍କିନ୍ଧା କାଣ୍ଡ ଏବଂ ସୁନ୍ଦର କାଣ୍ଡ ) ର
ଅରଣ୍ୟ କାଣ୍ଡ :-
-ମରିଚ ପ୍ରସଙ୍ଗ ଏବଂ ସ୍ବର୍ଣ୍ଣ ମୃଗ ରୂପରେ ମରିଚ ର ମୃତ୍ୟୁ, ସୀତାଜୀ ଙ୍କ ଦ୍ୱାରା ଲକ୍ଷ୍ମଣ କୁ ପଠାଇବା,
-ଶ୍ରୀ ସୀତା ହରଣ ଏବଂ ଶ୍ରୀ ସୀତା ବିଳାପ,
-ଜଟାୟୁ -ରାବଣ ଯୁଦ୍ଧ, ଅଶୋକ ବଟିକା ରେ ସୀତାଜୀ ଙ୍କୁ ରଖିବା,
-ଶ୍ରୀରାମ ଜୀଙ୍କ ବିଳାପ, ଜଟାୟୁ ପ୍ରସଙ୍ଗ, କବନ୍ଧ ଉଦ୍ଧାର,
-ଶବରୀ ଉପରେ କୃପା,
କିସ୍କିନ୍ଧା କାଣ୍ଡ :-କିସ୍କିନ୍ଧା କାଣ୍ଡ ମଙ୍ଗଳା ଚରଣ,
ଶ୍ରୀରାମ ଙ୍କ ସହିତ ହନୁମାନଙ୍କ ମିଳନ ଏବଂ ଶ୍ରୀରାମ -ସୁଗ୍ରୀବ ଙ୍କ ମିତ୍ରତା,
-ସୁଗ୍ରୀବ ଙ୍କ ଦୁଃଖ ପ୍ରକାଶ, ବାଳି ବଦ୍ଧର ପ୍ରତିଜ୍ଞା, ଶ୍ରୀରାମ ଙ୍କ ମିତ୍ର ଲକ୍ଷ୍ମଣ ବର୍ଣ୍ଣନା,
-ସୁଗ୍ରୀବ ଙ୍କ ବୈରାଗ୍ୟ,
-ବାଳି -ସୁଗ୍ରୀବ ଯୁଦ୍ଧ, ବାଳି ଉଦ୍ଧାର, ତାର ଙ୍କ ବିଳାପ,
-ସୁଗ୍ରୀବ ରାଜ୍ୟ ଅଭିଷେକ, ଅଙ୍ଗଦ ଙ୍କୁ ଯୁବରାଜ ପଦ,
ସୁନ୍ଦର କାଣ୍ଡ :-
-ହନୁମାନ ଙ୍କ ଲଙ୍କା ପ୍ରସ୍ଥାନ,
-ଲଙ୍କା ଦହନ ରୁ ଲଙ୍କା ରୁ ଫେରିବା ର ଘଟଣା କ୍ରମ ବର୍ଣ୍ଣନା,
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା ପାଠ କରିଥିଲେ |ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ,ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର, ରାଜଲକ୍ଷ୍ମୀ ପ୍ରତିହାରୀ, ଉମାମଣୀ ମହାନ୍ତି, ବଳରାମ ମିଶ୍ର, କାର୍ତ୍ତିକ ପଣ୍ଡା, ତପସ୍ୱିନୀ ପଣ୍ଡା, ରୁଦ୍ରପ୍ରସାଦ ପଣ୍ଡା,ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ଗଣେଶ୍ୱର ପଣ୍ଡା,ଲଷ୍ମୀପ୍ରିୟା ପଣ୍ଡା,ଅଞ୍ଜଳି ମୁଣ୍ଡ, ପୁରୁଷୋତ୍ତମ ପଣ୍ଡା,ଅର୍ଚ୍ଚନା ପଣ୍ଡା,ଶିବାନୀ ପଣ୍ଡା,ନଳିନୀ ରାୟଗୁରୁ, ଗୋବିନ୍ଦ ମହାପାତ୍ର, ମନୋଜ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ସାଂନଭି ପଣ୍ଡା, ଘନଶ୍ୟାମ ବେହରା, ଦୀପକ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |
କରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା|