କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ସୃଜନୀ ସାହିତ୍ୟ ସଂସଦ, ପୁରୀ ଆନୁକୂଲ୍ୟରେ ବଡ଼ଶଙ୍ଖ ସ୍ଥିତ ସଦ୍ଭାବନା ପରିସରରେ ଭଗବତୀ ଚରଣ ପାଣିଗ୍ରାହୀଙ୍କର ଶ୍ରାଦ୍ଧବାର୍ଷିକୀ ସଭାପତି ପ୍ରଫେସର କାର୍ତ୍ତିକ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ ଓଡ଼ିଶାର ବିଶିଷ୍ଟ ଭାଷାବିତ୍ ପ୍ରଫେସର ଡକ୍ଟର ହରପ୍ରସାଦ ମିଶ୍ର । ସେ କହିଥିଲେ, ରୂପାୟନ କ୍ଷେତ୍ରରେ ଭଗବତୀ ଚରଣ ପାଣିଗ୍ରାହୀ ବାସ୍ତବିକ ଅବିସ୍ମରଣୀୟ। ତାଙ୍କ ରଚିତ “ଶୀକାର” ଗଳ୍ପଟିଏ କ୍ଷେତ୍ରରେ ଅନନ୍ୟ ପଦକ୍ଷେପ ଭାବେ ଆତ୍ମପ୍ରକାଶ ଲାଭ କରି ଗାଳ୍ପିକ ପାଣିଗ୍ରାହୀଙ୍କୁ କାଳଜୟୀ ହୋଇପାରିଛି। ମହାତ୍ମାଗାନ୍ଧୀଙ୍କ ଅହିଂସା ପଥରୁ ବିଚ୍ୟୁତ ହୋଇ ଏକ ସାମ୍ୟବାଦର ପଥ ପ୍ରଦର୍ଶନ କରାଇଥିଲେ। ବିଳ୍ପବୀ କବି ରବି ସିଂହଙ୍କ ମତରେ ସେ ଥିଲେ ଓଡ଼ିଶାର ଯଥାର୍ଥ ଲେନିନ୍। ସଭାପତି ଅଭିଭାଷଣରେ କହିଲେ ଭଗବତୀଙ୍କ ରାଜନୈତିକ ଭାବଧାରା ତାଙ୍କ ସାହିତ୍ୟ ସୃଷ୍ଟିକୁ ଗଭୀର ଭାବେ ପ୍ରଭାବିତ
କରିଥିଲା। ଏହି ଆଲୋଚନାଚକ୍ରରେ ଅତିଥି ଭାବେ ପ୍ରଫେସର ଅଭିମନ୍ୟୁ ଭୂୟାଁ, ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର, କବି କୃଷ୍ଣଚନ୍ଦ୍ର ରଥ ପ୍ରମୁଖ ଯୋଗଦେଇ ଭଗବତୀ ଚରଣ ବ୍ୟକ୍ତିତ୍ଵ ଓ କୃତିତ୍ବ ଉପରେ ଆଲୋକପାତ କରିଥିଲେ। ଭବାନୀ ପ୍ରସାଦ ବଳିଆରସିଂହ, ସାମ୍ବାଦିକ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଶିକ୍ଷାବିତ୍ ବିଜୟ ଚରଣ ମହାନ୍ତି ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ।