
ମାଲକାନଗିରି– ଚଳିତ ମାସ ଅକ୍ଟୋବର ୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ହେଉଥିବା ଆର୍ଥିକ ସାକ୍ଷରତା ଦିବସ ଅପଲକ୍ଷେ ମାଲାକନଗିରି ଜିଲ୍ଲା କାଲିମେଳା ବ୍ଳକ ଓଡିଶା ଜୀବିକା ମିଶନ ଅନୁକୁଲ୍ୟରେ ବ୍ଲକରେ ଥିବା ସମୟ ୨୩ ଗୋଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ରହିଥିବା ସ୍ଵୟଂ ସାହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ନିଜର ଜୀବନ ଜୀବିକା ନିର୍ବାହ କରିବା ଏବଂ ନିଜେ ସ୍ଵାବଲମ୍ବି ହେବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ଗ୍ରାମାଞ୍ଚଳରେ ରହୁଥିବା ସଂୟ ସହାୟକ ଗୋଷ୍ଠିର ମହିଳା ଏବଂ ଅନ୍ୟାନ୍ୟ ମହିଳା ମାନଙ୍କ ଯୋଉଁ ମାନଙ୍କର ବ୍ୟାଙ୍କରେ ଖାତା ଖୋଲାଯାଇନାହିଁ ସେମାନଙ୍କୁ କାଲିମେଳା ଏବଂ ଏମଭି – ୭୯ ସ୍ଥିତ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ଗ୍ରାମକୁ ଯାଇ ମହିଳାମାନଙ୍କର ବାଙ୍କଖାତା ଖୋଲିବା ବୀମା କରିବା ଏବଂ ପରେ ଗୋଷ୍ଠୀ ରୁଣ କିମ୍ବା ବ୍ୟକ୍ତିଗତ ଋଣ ପ୍ରଦାନ କରାଯାଇପାରିଛି । ତେବେଏହାର ଶେଷ ବୈଠକ କାଲିମେଳା ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଲକାନଗିରି ଏପିଡି ବାଲାଜି ପଟ୍ଟନାୟକ , କାଲିମେଳା ବିଡିଓ ଉମାଶଙ୍କର ଦଳାଇ , ସିଡିପିଓ ସନ୍ଧ୍ୟାରାଣି ନାୟକ , କାଲିମେଳା ଏସବିଆଇ ମ୍ୟାନେଜର କଙ୍କଣ କୁମାର ବିଶ୍ଵାସ , ଆଇସିଆଇସିଆଇ ବ୍ୟାଙ୍କ ମ୍ୟାନେଜର ସୌମ୍ୟ ପଟନାୟକ , ଏମଭି – ୭୯ ଏସବିଆଇ ମ୍ୟାନେଜର , କାଲିମେଳା ୟୁ.ଜି.ବି ବ୍ୟାଙ୍କ ମ୍ୟାନେଜ ପ୍ରମୁଖ ଉପସ୍ଥିତ ରହି ମହିଳା ମାନେ ବ୍ୟାଙ୍କରେ ଖାତା ଖୋଲିଲେ କି କି ସୁବିଧା ପାଇପାରିବେ ତାହା ଉପରେ ବର୍ଣ୍ଣନା କରିବା ସହ ଆଗକୁ ଆହୁରି ଋଣ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ । ସୂଚନା ଅନୁଯାଇ ବର୍ତମାନ ସୁଦ୍ଧା ବ୍ଲକରେ ଥିବା ୯୫ ସ୍ଵୟସହାୟକ ମହିଳା ଗୋଷ୍ଠୀଙ୍କୁ ବିଭିନ୍ନ ବ୍ୟାଙ୍କ ତରଫରୁ ପ୍ରାୟ ୫ କୋଟିରୁ ଉର୍ଦ୍ଧ ଟଙ୍କା ଋଣ ପ୍ରଦାନ କରାଯାଇଛି । ଏଥିସହ ୪ ହଜାର ମହିଳାଙ୍କର ବୀମା କରାଯାଇଥିବା ବେଳେ ବ୍ୟକ୍ତିଗତ ଭାବେ ୧୦୫୦ ଜଣକୁ ଲୋନ ପ୍ରଦାନ କରାଯାଇଥିବା ଓଡିଶା ଜୀବିକା ମିଶନର ବ୍ଳକ ପରିଚାଳିକା ରୋଜାଲିନ ଦାସ ସୁଚନା ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ସମସ୍ତ ବ୍ୟାଙ୍କ ମିତ୍ର , ସିଆରପି , ବିଭିନ୍ନ ପଞ୍ଚାୟତର ସରପଞ୍ଚ ଏବଂ ମହିଳା ସଦସ୍ୟ ମାନେ ଯୋଗଦେଇଥିଲେ ।ଏହିଅବସରରେ ଓଡିଶା ଜୀବିକା ମିଶନ ତରଫରୁ କାଲିମେଳା ଏସବିଆଇ ଶାଖା ପରିଚାଳକ କଙ୍କଣ କୁମାର ବିଶ୍ଵାସ , ବେଜାଙ୍ଗିବାଡା ସରପଞ୍ଚ ଜମୁନା ମାଢି , ଗମ୍ଫlକୋଣ୍ଡା ସରପଞ୍ଚ କକ୍ଷ୍ମୀ କବାସି , ଏବଂ ଚିନ୍ତାଲୱାର୍ଡl ସରପଞ୍ଚ ପଦିଏ ମାଢି ସମେତ ୭ ଜଣ ବ୍ୟାଙ୍କ ମିତ୍ର , ଜଣ ଏମବିକେ , ୨ ଜଣ ସିଆରପି ଏବଂ ଜଣେ କୃଷି ସହାୟିକାଙ୍କୁ ଉତୋମ କାର୍ଯ୍ୟ ପାଇଁ ସାର୍ଟିଫିକେଟ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା ।ଏହି ସମସ୍ତ କାର୍ଯ୍ୟ ବ୍ଲକ ପରିଚାଳିକା ରୋଜାଲିନ ଦାସ ପରିଚାଳନା କରିଥିଲେ l