
ଭୁବନେଶ୍ୱର– ରାଜ୍ୟରେ ଗୋଟିଏ ଦିନରେ ୧୭୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୭୭୮୮୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ୨୫୭୦୪୧ ରୋଗୀ ସୁସ୍ଥ ହୋଇ ସାରିଥିବା ବେଳେ ସକ୍ରିୟ ମାମଲା ୧୯୫୭୯ରହିଛି ।
ଆଜି ଚିହ୍ନଟ ହୋଇଥିବା ୧୭୯୩ ଜଣଙ୍କ ମଧ୍ୟରୁ ୧୦୩୧ ଜଣ ସଂଗରୋଧରୁ ହୋଇଥିବା ବେଳେ ୭୬୨ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୩୦ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ୨୦୮ କରୋନା ସଂକ୍ରମିତ ହୋଇଥିବା ଜଣା ପଡିଛି ।
ଅନୁଗୁଳ ଜିଲ୍ଲାରେ ୧୦୭ , ବାଲେଶ୍ୱର ଜିଲ୍ଲାରେ ୪୦ ଜଣ, ବରଗଡ ଜିଲ୍ଲାରେ ୬୧ , ଭଦ୍ରକ ଜିଲ୍ଲାରେ ୬୮, ବଲାଙ୍ଗିର ଜିଲ୍ଲାରେ ୭୬, ବୌଦ୍ଧ ଜିଲ୍ଲାରେ ୪ ,କଟକ ଜିଲ୍ଲାରେ ୧୬୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୮. ଢେଙ୍କାନାଳ ଜିଲ୍ଲାରେ ୨୨, ଗଜପତି ଜିଲ୍ଲାରେ ୧୧, ଗଂଜାମ ଜିଲ୍ଲାରେ ୧୬, ଜଗତସିଂହପୁର ଜିଲ୍ଲାରେ ୫୨, ଯାଜପୁର ଜିଲ୍ଲାରେ ୭୬ . ଝାରସୁଗୁଡା ଜିଲ୍ଲାରେ ୫୩, କଳାହାଣ୍ଡି ଜିଲ୍ଲାରେ ୪୫, କନ୍ଧମାଳ ଜିଲ୍ଲାରେ ୨୦, କେନ୍ଦ୍ରାପଡା ଜିଲ୍ଲାରେ ୬୧ ,କେନ୍ଦୁଝର ଜିଲ୍ଲାରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କୋରାପୁଟ ଜିଲ୍ଲାରେ ୩୪ ଜଣ, ମାଲକାନଗିରି ଜିଲ୍ଲାରେ ୩୪, ମୟୁରଭଂଜ ଜିଲ୍ଲାରେ ୧୦୪, ନବରଙ୍ଗପୁୁରରେ ୬୫, ନୟାଗଡ ଜିଲ୍ଲାରେ ୩୪, ନୂଆପଡା ଜିଲ୍ଲାରେ ୮୪, ପୁରୀ ଜିଲ୍ଲାରେ ୮୨, ରାୟଗଡା ଜିଲ୍ଲାରେ ୧୪, ସମ୍ବଲପୁର ଜିଲ୍ଲାରେ ୪୦ ,ସୋନପୁର ଜିଲ୍ଲାରେ ୮ ତଥା ସୁନ୍ଦରଗଡ ଜିଲ୍ଲାରେ ୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ପୁଲରେ ୪୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।