ଗଞ୍ଜାମ– ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ୨୨ ତାରିଖ ସକାଳ ୬ଟା ଠାରୁ ୨୩ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକଙ୍କ ଉପରେ ବ୍ୟାପକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୧୫୨ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୭୬ ହଜାର ଟଙ୍କା ଆଦାୟ କରାଯାଇଛି । ମୁହଁରେ ମାସ୍କ ପିନ୍ଧି ନଥିବା ୧୨ ଜଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହିପରି ମୋଟ୍ ୭୮ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।
ବିଭିନ୍ନ ମାମଲାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ଥାନାରେ ମୋଟ୍ ୪ଟି ଏତଲା ଦାୟର୍ ହୋଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।