ଟାଙ୍ଗି– ଖୋର୍ଦ୍ଧା ଜିଲ୍ଲାର ପ୍ରସିଦ୍ଧ ଦେବୀପୀଠ ମା ବରୁଣେଇ, ବାଣପୁରସ୍ଥିତ ଭଗବତୀ, ଓ ଭୂଷଣ୍ଡପୁର ସ୍ଥିତ ଉଗ୍ରତାରା ପୀଠରେ ନବରାତ୍ର ପୂଜାଉତ୍ସବର ମହାଷ୍ଟମୀ ତିଥିରେ ମା ଗୌରୀ ରୂପରେ ପୂଜା ପାଉଛନ୍ତି । କିନ୍ତୁ, କରୋନା କଟକଣା ପାଇଁ ମା’ ଙ୍କର ଏହି ଦୁଲ୍ଲଭ ବେଶ ଦର୍ଶନରୁ ବଂଚିତ ହୋଇଛନ୍ତି ଭକ୍ତ । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ତିନୋଟି ପୀଠରେ ମନ୍ଦିର ଚର୍ତୁପାଶ୍ୱର୍ରେ ୧୪୪ ଧାରା ଜାରୀ ହୋଇଛି । ଏହି କଟକଣା ଗତ ୧୯ ତାରିଖ ଠାରୁ ଲାଗୁ ହୋଇଥିବା ବେଳେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବଳବତର ରହିବ । ଏଣୁ ଭକ୍ତଙ୍କ ମନରେ ଏକ ପ୍ରକାର ନିରାଶା ଭାବ ପ୍ରକାଶ ପାଇଛି ।
ପ୍ରକାଶ ଥାଉ କି, ବିଭିନ୍ନ ଶକ୍ତିପୀଠ ଗୁଡିକରେ ୧୭ ତାରିଖ ରାତିରୁ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଆଜି ଏହା ଅଷ୍ଟମ ଦିନରେ ପହଂଚିଛି ।