ଗଞ୍ଜାମ– ବ୍ରହ୍ମପୁର ମହାନଗର ନିଗମ (ବିଏମସି) ଅଂଚଳରେ ୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବର୍ତମାନ ସହରରେ ମୋଟ୍ ପଜିଟିଭ୍ ସଂଖ୍ୟା ୩୮୮୦ ରହିଛି । ୩୭୩୧ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୮୦ ଜଣ ଚିକିତ୍ସାଧିନ ରହିଛନ୍ତି । ଅଦ୍ୟାବଧି ମୋଟ୍ ୬୯ ଜଣଙ୍କର ମୃତ୍ୟୁ ହୋଇଛି । ସହରରେ ସୁସ୍ଥ ହାର ୯୬ ପ୍ରତିଶତ ରହିଛି । ଏଯାବତ୍ ୨ ପ୍ରତିଶତ ସକ୍ରିୟ ରହିଛନ୍ତି । ୨ ପ୍ରତିଶତଙ୍କ ମୃତ୍ୟୁ ହୋଇଛି ।
ଗତକାଲି କାଞ୍ଜିୱାରୀ ସାହିରେ ଜଣେ ୭୦ ବର୍ଷିୟ ବୃଦ୍ଧ ଏବଂ ଆଙ୍କୁଲିର ଜଣେ ୮୨ ବର୍ଷିୟ ବୃଦ୍ଧ ଆକ୍ରାନ୍ତ ହୋଇଛନ୍ତି । ଅରବିନ୍ଦ ନଗର ଚନ୍ଦ୍ରପ୍ରଭା ସାହି, ଗୋବରୀଶ ନଗର, ଗୋଷାଣିନୂଆଗାଁ, କମାପଲ୍ଲୀ ଓ ଏମକେସିଜି ମେଡ଼ିକାଲ କ୍ୟାମ୍ପସରେ ଜଣେ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।