Related Stories
November 24, 2024
ମାଲକାନଗିରି– ମାଲକାନଗିରି ଜିଲ୍ଲାରେ ଯନ୍ତ୍ରୀ ଓ ଠିକାଦାରଙ୍କ ର ମଧୁଚନ୍ଦ୍ରିକାରେ ଚାଲିଛି ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ନାଁରେ ସରକାର ଙ୍କର ପୁଳା ପୁଳା ଟଙ୍କା ଖର୍ଚ୍ଚ କରି ନିମ୍ନ ମାନର କ୍ରାଯ୍ୟ କରି ହଡପ ହେଉଛି କୋଟି କୋଟି ଟଙ୍କା, ଯାହାର ସ୍ପଷ୍ଟ ଚିତ୍ର ଦେଖିବାକୁ ମିଳିଛି ତଙ୍ଗଗୁଡା ରାସ୍ତାରେ ! ଏଇ ରାସ୍ତା କେଉଁ ମାଓ ଇଲାକାର ଦୃଶ୍ୟ ନୁହେଁ ଏ ଦୁଶ୍ୟ ହେଉଛି ମାଲକାନଗିରି ଜୟପୁର ମୁଖ୍ୟ ରାସ୍ତା ର କଡରେ ଥିବା ତଙ୍ଗଗୁଡା କଲୋନୀ ଛକ ମୁଖ୍ୟରାସ୍ତା ରୁ ପୁରୁଣା ତଂଗ ଗୁଡା କୁ ଥିବା ୩ କିଲୋମିଟର ରାସ୍ତା ର ଦୃଶ୍ୟ,ଏହି ରାସ୍ତା ନିର୍ମାଣ ର ୧ ବର୍ଷନପୂରୁଣୁ ରାସ୍ତା ର ଅବସ୍ଥା ବେହାଲ, !ଏହି ରାସ୍ତା ରେ ତିଆରି ହେଇଚି କୁତ୍ରିମ ପୋଖରୀ ଯାହା ଦ୍ୱାରା ଟୋପାଏ ବର୍ଷା ହେଲେ ୧ ୫ ଦିନ ଯାଏ ପାଣି କାଦୁଅରେ ଜମି ରହିଥିବାରୁ ମଟର ସାଇକେଲ ତ ଦୂରର କଥା ଚାଲି ଚାଲି ଯିବା କଷ୍ଟକର ହେଇପଡୁଛି !,ଏହି ରାସ୍ତା ର ଅବସ୍ଥା ଦେଖିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ଖୋଦ ଚିତ୍ରକୋଣ୍ଡା ବିଧାୟକ ଙ୍କ ଘର ଠାରୁ ମାତ୍ର ୩ କିଲୋମିଟର ଦୂରରେ ଯଦି ଏଭଳି ନିମ୍ନ ମାନର କାର୍ଯ୍ୟ କରାଯାଉଛି ତେବେ ଜିଲ୍ଲା ରେ ଉନ୍ନୟନ ମୂଳକ କ୍ରାଯ୍ୟ କିପରି ହେଉଛି ତାହା ସ୍ପଷ୍ଟ ଅନୁମାନ କରିହେବ ,!ତୁରନ୍ତ ନିମ୍ନ ମାନର କାମ କରିଥିବା ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଜିଲ୍ଲାପ୍ରଶାସନ ପକ୍ଷରୁ ନେବା ପାଇ ଗ୍ରାମବାସୀ ଦାବୀ କରିଛନ୍ତି !