କେନ୍ଦ୍ରାପଡ଼ା- କେନ୍ଦ୍ରାପଡା ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାର କର୍ମଶାଳା ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସରକାର ନିର୍ମାଣ ଶ୍ରମିକ ମାନଙ୍କ ସାମଗ୍ରିକ ଉନ୍ନତି ପାଇଁ କରିଥିବା ବିଭିନ୍ନ ଯୋଜନା ସଂପର୍କରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା । ରାଜ୍ୟ ଶ୍ରମ କମିଶନର କେ.ଆର୍ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କର୍ମଶାଳାରେ ପିଡି ଡିଆର୍ଡିଏ ଦିଲ୍ଲୀପ କୁମାର ପରିଡା, ଜିଲ୍ଲା ଭାରପ୍ରାପ୍ତ ଶ୍ରମ ଅଧିକାରୀ ଶ୍ରୀ ଆର୍.ସି. ନାୟକ, ଗ୍ରାମାଂଚଳ ଶ୍ରମ ନିରୀକ୍ଷକ ଡି. ଜେନା, ଏ.କେ. ମୁମୁଁ, ଆର୍.ଡବ୍ଲୂିୁ ୧ର ନିର୍ବାହୀ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ, ଆର୍. ଆଣ୍ଡ ବିର ପ୍ରଦୀପ ମହାନ୍ତି, ଜଳସେଚନ ନିର୍ବାହୀଯନ୍ତ୍ରୀ ପ୍ରବୋଧ କୁମାର ରାଉତ, ଏସ୍ଡିଓ ବିଜୟାନନ୍ଦ ଦାସଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଠିକାଦାରମାନେ କର୍ମଶାଳାରେ ଯୋଗଦେଇଥିଲେ । ଶ୍ରମିକ ମାନଙ୍କର ସୁରକ୍ଷା ଓ ସେମାନଙ୍କ ପାଇଁ କରାଯାଇଥିବା ଯୋଜନା ଗୁଡିକୁ କାର୍ଯ୍ୟକାରୀ କରିବା ଉପରେ ଏ କର୍ମଶାଳାରେ ଗୁରୁତ୍ୱ ଦିଆଯାଇଥିଲା । ଏହାସହ ଶ୍ରମିକ ମାନଙ୍କୁ କାମରେ ଲଗାଇଥିବା ଠିକାଦାରମାନେ ଏକ ରେଜିଷ୍ଟରରେ ଶ୍ରମିକ ମାନଙ୍କ ନାମ ସହ ସଂପୂର୍ଣ୍ଣ ଠିକଣା ଲିପିବଦ୍ଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ସେହି ନାମ ଗୁଡିକୁ ପଞ୍ଜିକରଣ କରିବେ । ଏହାସହ ଶିଶୁ ଶ୍ରମିକ ମାନଙ୍କୁ କାମରେ ନ ଲଗାଇବା ପାଇଁ ବୈଠକରେ କଡାକଡି ଚେତାବନୀ ଦିଆଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲାସ୍ତରୀୟ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହି ଶ୍ରମିକ କଲ୍ୟାଣ ସମ୍ବନ୍ଧୀୟ ସରକାରୀ ନୀତି ନିର୍ଦ୍ଦେଶ ଅବଗତ ହୋଇଥିଲେ ।
Related Stories
November 24, 2024
November 24, 2024