

Related Stories
September 11, 2025
ମାଲକାନଗିରି– ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳ ରେ କର୍ତ୍ତବ୍ୟନିଷ୍ଠ ଅଙ୍ଗନୱାଡି କର୍ମୀଙ୍କ ସାହସ ଓ ବିପଦପୂର୍ଣ୍ଣ ଭାବେ ଉଛୁଳା ପାଣି ଭିତରେ ଯାଉଥିବା ଭିଡିଓକୁ ରିଟ୍ୟୁଟ କରି ଉଦ୍ୟଗପତି ଆନନ୍ଦମହେନ୍ଦ୍ରା ସହଯୋଗ ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ଜୀବନକୁ ବାଜି ଲଗାଇ ଅଣ୍ଟାରେ ଲାଉ ତୁମ୍ଭା ବାନ୍ଧି ଗଭୀର ନଦୀରେ ଭିତରେ ବୁଡି ରାଲେଗଡ଼ା ପଞ୍ଚାୟତ ଅଙ୍ଗନୱାଡି କର୍ମୀ ପାର ହେଉଛନ୍ତି ରାସ୍ତା ଏହି ଖବର ବିଭିନ୍ନ ଗଣମାଧ୍ୟମରେ ଗତ କିଛିଦିନ ତଳେ ପ୍ରକାଶ ପାଇଥିଲା ! ଏହି ଭିଡିଓ ପୋଷ୍ଟ ପରେ ଆନନ୍ଦ ମହିନ୍ଦ୍ରା ବଢାଇଛନ୍ତି ସହଯୋଗର ହାତ । ମହିନ୍ଦ୍ରା କମ୍ପାନୀର ସି ଏସ ଆର ପାଣ୍ଠିରୁ ମହିନ୍ଦ୍ରା ମେରାଇନ୍ ଦ୍ବାରା ନିର୍ମିତ ପାର୍ଟୋଲ ବୋଟ ଯୋଗାଇବାକୁ ପ୍ରସ୍ତାବ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା । ସେ ଟ୍ବିଟ କରି କହିଛନ୍ତି କି, ‘‘ ମହିନ୍ଦ୍ରା ମେରାଇନ ଏଭଳି ଏକ ସାଇକେଲ ଉପରେ କାମ କରୁଛି ଯାହା ପାଣିରେ ଚାଲିବ । ହେଲେ ଏହି ଘଟଣା ଅତ୍ୟନ୍ତ ହୃଦୟ ବିଦାରକ । ଏଣୁ ଏଭଳି କର୍ତ୍ତବ୍ୟନିଷ୍ଠ କର୍ମଚାରୀଙ୍କ ସହାୟତା ପାଇଁ ମହିନ୍ଦ୍ରା କାମ କରୁଛି । ତେବେ କମ୍ପାନୀର କର୍ପୋରେଟ ସୋସିଆଲ ରେସପନସିବିଲିଟି (ସିଆରଏସ)ରୁ ସେମାନଙ୍କୁ ଏଥିରୁ ଏକ ପ୍ରଦାନ କରାଯିବ !