କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ପୈାରାଂଚଳର ୧୯ ନମ୍ବର ୱାର୍ଡ ଚାଟରାପାଟଣା ଗ୍ରାମରେ ଡ୍ରେନ୍ ନିର୍ମାଣ ପାଇଁ ଗ୍ରାମର ମହିଳାମାନେ ଶୁକ୍ରବାରଦିନ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ଭେଟି ଦାବି ଜଣାଇଥିଲେ । ପୈାରାଂଚଳର ଏହି ୱାର୍ଡର ଚାଟରାପାଟଣା ଗ୍ରାମରେ ଜଳ ନିଷ୍କାସନ ପାଇଁ ଡ୍ରେନ୍ ନଥିବାରୁ ବର୍ଯ୍ୟଜଳ ନିଷ୍କାସିତ ହୋଇ ନପାରି ରାସ୍ତା ଏବଂ ଲୋକଙ୍କ ବାଡିରେ ଜମି ରହୁଥିବାରୁ ମଶା, ମାଛି ହେବାସହ ଦୁର୍ଗନ୍ଧ ହୋଇ ପରିବେଶକୁ ଦୂଷିତ କରୁଛି । ପୂର୍ବରୁ ବାରମ୍ବାର ପୈାରସଂସ୍ଥାରେ ଦାବି କରାଯାଇଥିଲେ ମଧ୍ୟ ଗାଁରେ ଡ୍ରେନେଜ୍ ନିର୍ମାଣ ହୋଇପାରିନାହିଁ । ଶୁକ୍ରବାର ଚାଟରାପାଟଣା ଗ୍ରାମର ଉର୍ମିଳା ସାହୁ, ବିଷ୍ଣୁ ପ୍ରିୟା ମାନସିଂ, ଇଲାରାଣୀ ବାରିକ, ଲକ୍ଷ୍ମୀ ପରିଡା, ନେହା ମାନସିଂ, ସୁଚିତ୍ରା ଦାସ, ହରପ୍ରିୟା ମହାନ୍ତି, ରାଜଲକ୍ଷ୍ମୀ ମାନସିଂ, ସୁମିତ୍ରା ପରିଡା ପ୍ରମୁଖ ଶତାଧିକ ମହିଳା ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ ।
Related Stories
November 24, 2024
November 24, 2024