-
ବାଲେଶ୍ୱର ଓ ତିର୍ତୋଲ ଉପନିର୍ବାଚନ ସମ୍ପର୍କରେ ସି.ପି.ଆଇ.(ଏମ୍)ର ନିଷ୍ପତି
ଭୁବନେଶ୍ୱର -ବାଲେଶ୍ୱର ଓ ତିତେର୍ତ୍ତାଲ ବିଧାନ ସଭା ଆସନ ନିମନ୍ତେ ଅନୁଷ୍ଠିତ ହେଉଥିବା ଉପନିର୍ବାଚନ ରେ ସାଂପ୍ରଦାୟିକତାବାଦୀ କର୍ପୋରେଟ ସପକ୍ଷବାଦୀ ବିଜେପି ଓ ଏହାର ଅଘୋଷିତ ସହଯୋଗୀ ବିଜେଡି ଦଳକୁ ପ୍ରତ୍ୟାଖ୍ୟାନ କରିବାକୁ ସି.ପି.ଆଇ.(ଏମ୍) ଓଡିଶ ରାଜ୍ୟ କମିଟି ଆହ୍ୱାନ ଜଣାଇଛି ।
୨୦୧୯ ମସିହା ସାଧାରଣ ନିର୍ବାଚନ ବେଳେ ବିଜେପି ଓ ଏହାର ଅଘୋଷିତ ସହଯୋଗୀ ଓଡିଶାର ବିଜେଡିକୁ ପରାସ୍ତ କରିବାକୁ ସି.ପି.ଆଇ.(ଏମ୍) ଆହ୍ୱାନ ଦେଇଥିଲା । ତତ୍କାଳୀନ ସମୟରେ ସି.ପି.ଆଇ.(ଏମ୍)ର ଏହି ରାଜନୈତିକ ମୂଲ୍ୟାୟନ ଏବଂ ନିର୍ବାଚନୀ କୌଶଳ ସଠିକ୍ ବୋଲି ପ୍ରମାଣିତ ହୋଇଛି । ନିର୍ବାଚନ ପରବର୍ତୀ ଏହି ୧୮ ମାସର ପରିସ୍ଥିତି ଆହୁରୀ ଗମ୍ଭୀର ଏବଂ ସଙ୍କଟଜନକ ହୋଇଛି ।
ସୁତରାଂ ବିଜେପି ସୃଷ୍ଟି କରିଥିବା ଚ୍ୟାଲେଞ୍ଜର ସମ୍ମୁଖୀନ ହେବା, ଦେଶର ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ଲାଗି ଆବଶ୍ୟକ ହେଉଛି ସକଳ ବିଜେପି ବିରୋଧି ଶକ୍ତିମାନଙ୍କର ମିଳିତ ମୁକାବିଲା । ନିର୍ବାଚନରେ ବିଜେପି ଓ ଏହାର ଘୋଷିତ ଏବଂ ଅଘୋଷିତ ସହଯୋଗୀଙ୍କୁ ପରାସ୍ତ କରିବା ହେଉଛି ସି.ପି.ଆଇ.(ଏମ୍)ର ଆହ୍ୱାନ ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଉପନିର୍ବାଚନରେ ବିଜେଡି ଓ ବିଜେପିି ଦଳର ପ୍ରାର୍ଥୀମାନଙ୍କୁ ପରାସ୍ତ କରି କଂଗ୍ରେସ ପ୍ରାର୍ଥୀଙ୍କୁ ଉଭୟ ସ୍ଥାନରେ ବିଜୟୀ କରିବା ପାଇଁ ସି.ପି.ଆଇ.(ଏମ୍) ଓଡିଶା ରାଜ୍ୟ କମିଟି ଆହ୍ୱାନ ଜଣାଉଛି ବୋଲି ପାର୍ଟୀର ରାଜ୍ୟ ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି ।