ମାଲକାନଗିରି-: ପଡ଼ିଆ ବ୍ଲକ ଅନ୍ତର୍ଗତ ଉଣ୍ଡ୍ରୁକୋଣ୍ଡା ଓ ଗିରିକାନପାଲି ପଞ୍ଚାୟତ ଠାରେ ଉଦ୍ୟାନ କୃଷି ତରଫରୁ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଦିବ୍ୟାଙ୍ଗ, ବିଧବା, ସ୍ୱାମୀ ପରିତ୍ୟକ୍ତା ଓ ଅସହାୟ ମହିଳା ଚାଷୀଙ୍କୁ ବିଭିନ୍ନ ବିହନ ମାଗଣାରେ ବଣ୍ଟନ କରାଯାଇଛି । ଗତ ଦିନରେ ମଧ୍ଯ ରାଜ୍ୟ ଜିବିକା ମିଶନ ପକ୍ଷରୁ ୧୬ ପ୍ରଜାତିର ପନିପରିବା ବିହନ ଯୋଗାଇ ଦିଆଯାଇଥିବା ବେଳେ ମୋ ଉପକାରୀ ବଗିଚା ଯୋଗୁଁ ଲକ୍ ଡାଉନ୍ ବେଳେ ହଜାର ହଜାର ଗରିବ ଓ ଅସହାୟ ଙ୍କ ହାଣ୍ଡିଶାଳ କୁ ପନିପରିବା ଯୋଗାଇ ଦିଆ ଯାଇପାରିଥିଲା। ଏହି କାର୍ଯ୍ୟକ୍ରମରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀ ଶୁଭେନ୍ଦୁ ବିଶ୍ବାସ, ଏଟିମ୍ ଶ୍ରୀ ଆଶୀଷ ପୁରୋହିତ, ନାଏବ ସରପଞ୍ଚ ସହ ସ୍ଥାନୀୟ ଏମବିକେ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଡ଼ିଆ ସ୍ଥିତ ଆନ୍ଧ୍ରବ୍ୟାଙ୍କ ଠାରେ ଏକ ସମନ୍ବୟ ମେଳା ଅନୁଷ୍ଠିତ କରାଯାଇ ଏଥିରେ ଛଅ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କୁ ଚାରି ଲକ୍ଷ ପଚାଶ ହଜାର ଟଙ୍କାର ୠଣ ଦିଆଯିବା ସହିତ ୮୨ଟି ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଆନ୍ଧ୍ରା ବ୍ୟାଙ୍କ ପଡ଼ିଆ ଶାଖାର ପରିଚାଳକ ଶ୍ରୀ ସତ୍ୟବ୍ରତ ମେହେର, ବିଏଲସି ଶ୍ରୀ ଅମିତ କୁମାର ନମଦାସ, ବିଏଲସି ଶ୍ରୀ ଧବୁଳୁ ଖିଲ୍ଲ, ଏମବିକେ ଶ୍ରୀମତି ସୁକାନ୍ତି ଲିମା, ବେଙ୍କ ମିତ୍ର ଶ୍ରୀମତି ନାଗାମଣି ଦଳେଇ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମ ଗୁଡିକୁ ପଡିଆ ଗୋଷ୍ଠୀ ପ୍ରକଳ୍ପ ପରିଚାଳକ ଅନୁପ୍ ମିଶ୍ର ପରିଚାଳନା କରିଥିଲେ ।
Related Stories
November 22, 2024