ମାଲକାନଗିରି-ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରର ବ୍ଲକ ପ୍ରୋଗ୍ରାମ ମ୍ୟାନେଜର୍ ଗାଡି ଭଡ଼ା ବିଲ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା ମୁତାବକ ଭିଜିଲାନ୍ସ ଜାଲରେ ମାଲକାନଗିରି ଜିଲ୍ଲା ପଡ଼ିଆ ମେଡିକାଲ ବ୍ଲକ ପ୍ରୋଗ୍ରାମ ମେନେଜର ଶ୍ରୀମନ୍ତ ଅତିବୁଦ୍ଧି ଗାଡି ଭଡା ବାବଦ ବିଲ କରିବା ପାଇଁ ୨ 0ହଜାର ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।ରାକେଶ ଚନ୍ଦ୍ର ଦାସ ଙ୍କ ବୋଲେରୋ ଗାଡି ମେଡିକାଲ ରେ ଭଡା ଲାଗିଥିବା ବେଳେ ଏହାର ବିଲ କରାଇ ଦେବା ପାଇଁ ବିପିଏମ ଶ୍ରୀମନ୍ତ ଅତିବୁଦ୍ଧି ୨୦ ହଜାର ଲାଞ୍ଚ ମାଗିଥିଲେ। ଏ ନେଇ ରାକେଶ ଭିଜିଲାନ୍ସ କୁ ସୂଚନା ଦେବାପରେ ମାଲକାନଗିରି ଜିଲ୍ଲା ଭିଜିଲାନ୍ସ ଡି ଏସ୍ ପି ଙ୍କ ନେତୃତ୍ୱରେ ଏକ ଟିମ ପଡିଆ ମେଡିକାଲ ରେ ଚଢ଼ାଉ ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ଯୋଜନା ମୁତାବକ ଭିଜିଲାନ୍ସ ଟିମ ପଡିଆ ମେଡିକାଲ୍ ପହଁଞ୍ଚିବା ସହ ବିପିଏମ ଶ୍ରୀ ଅତିବୁଦ୍ଧି ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଥିବା ଜଣେ ଭିଜିଲାନ୍ସ ଅଧିକାରୀ କହିଛନ୍ତି । ଏହାପରେ ଶ୍ରୀ ଅତିବୁଦ୍ଧି ଙ୍କୁ ମାଲକାନାଗିରି ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ପଚରାଉଚରା କରାଯିବା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ସେ ନେଇ ତଦନ୍ତ ଜାରୀ ରହିଥିବା କୁହାଯାଇଛି।
Related Stories
November 23, 2024
November 23, 2024
November 23, 2024