ଭୁବନେଶ୍ୱର–ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ପୁଣି ୧୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୮୧ କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ମୟୁରଭଂଜ ଜିଲ୍ଲାର ୪, ପୁରୀ ଜିଲ୍ଲାର ୩, ଖୋର୍ଧା ଜିଲ୍ଲାର ୨ ଜଣ ଅଛନ୍ତି । ସେହିପରି ବାଲେଶ୍ୱର, ଅନୁଗୁଳ, ନୂଆପଡା ଓ ବଲାଙ୍ଗୀରର ଜଣେ ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାର ୫୩ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲ୍ଲାର ର ଜଣେ ୪୮ ବର୍ଷୀୟ ପୁରୁଷ କରୋନା ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଅନୁଗୁଳ ଜିଲ୍ଲାର ଜଣେ ୫୨ ବର୍ଷୀୟ କରୋନା ଆକ୍ରାନ୍ତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ଉଚ୍ଚ ରକ୍ତଚାପ ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୩୭ ବର୍ଷୀୟ କରୋନା ସଂକ୍ରମିତ ପୁରୁଷ ମୃତ୍ୟୁବରଣ କରିଛନ୍ତି । ସେ ମଧୁମେହରେ ଓ ଅନ୍ୟରୋଗରେ ପୀଡିତ ଥିଲେ । ଭୁବନେଶ୍ୱରର ଜଣେ ୪୪ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
ପୁରୀ ଜିଲ୍ଲାର ଜିଲ୍ଲାର ଜଣେ ୬୬ ବର୍ଷୀୟ ମହିଳା କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧମେହରେ ପୀଡିତ ଥିଲେ । ମୟୁରଭଂଜ ଜିଲ୍ଲାରେ ଜଣେ ୪୫ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ମୟୁରଭଂଜ ଜିଲ୍ଲାର ଜଣେ ୬୦ ବର୍ଷୀୟ ପୁରୁଷ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ସେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ମୟୁରଭଂଜ ଜିଲ୍ଲାର ଜଣେ ୬୫ବର୍ଷୀୟ ମହିଳା କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ପୁରୀ ଜିଲ୍ଲାର ଜଣେ ୬୮ ବର୍ଷୀୟ କରୋନା ସଂକ୍ରମିତ ମହିଳାଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ନୂଆପଡା ଜିଲ୍ଲାର ଜଣେ ୫୨ ବର୍ଷୀୟ କୋରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି ।
ବଲାଙ୍ଗୀର ଜିଲ୍ଲାର ଜଣେ ୨୩ ବର୍ଷୀୟ ମହିଳା କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୟୁରଭଂଜ ଜିଲ୍ଲାର ଜଣେ ୭୫ ବର୍ଷୀୟ କରୋନା ଆକ୍ରାନ୍ତ ମହିଳାଙ୍କ ମୃତ୍ୟୁ ଘଟିଛି ।