ଭୁବନେଶ୍ୱର– କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ତିନୋଟି କୃଷି ଆଇନକୁ ପଞ୍ଜାବ ସରକାର ଗ୍ରହଣ ନ କରି ତାଙ୍କ ବିଧାନସଭାରେ ଯେଉଁ ବିଧେୟକ ଗୃହୀତ କରିଛନ୍ତି ଏହା ସମଗ୍ର ଚାଷୀସମାଜ ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ନୂଆ କୃଷି ଆଇନଦ୍ୱାରା କୃଷକ, ଖାଉଟି ଓ ଶ୍ରମିକମାନଙ୍କର ଯେଉଁ କ୍ଷତି ହେବାର ଥିଲା ତାହା ପଞ୍ଜାବର ଜନପ୍ରିୟ ସରକାରଙ୍କ ଦ୍ୱାରା ଦୃଢ଼ ପ୍ରତିରୋଧ କରାଯାଇଛି ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ କହିଛନ୍ତି । ସେହିଭଳି ସମ୍ବିଧାନର ଧାରା ୨୫୪(୨) ଆଧାରରେ ପ୍ରତି ରାଜ୍ୟରେ ଏହି ବିଧେୟକ ଗୃହୀତ କରାଯାଇ ପାରିବ । ଅନ୍ୟ ପକ୍ଷରେ ମଧ୍ୟ ସମ୍ବିଧାନର ଧାରା ୭ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ବଣ୍ଟନ କରାଯାଇଛି । ଏହି ଅନୁଚ୍ଛେଦ ଅନୁଯାୟୀ କୃଷି ପ୍ରସଙ୍ଗ ରାଜ୍ୟ ତାଲିକାଭୂକ୍ତ । ତେଣୁ ଓଡ଼ିଶା ସରକାର କାଳ ବିଳମ୍ବ ନ କରି ପଞ୍ଜାବ ସରକାରଙ୍କ ଭଳି ରାଜ୍ୟର ଚାଷୀଙ୍କ ହିତ ପାଇଁ ଏହି ପରି ଏକ ଆଇନର ବିଧେୟକ ଆଣିବାକୁ କଂଗ୍ରେସ କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରିଛନ୍ତି । କେନ୍ଦ୍ର ସରକାର ଯେଉଁ କୃଷି ଉତ୍ପାଦନ ସରଳୀକରଣ ଆଇନ, କୃଷକ ରାଜିନାମା ଓ କୃଷକ ସେବା ଆଇନ ଏବଂ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ପ୍ରଣୟନ କରିଛନ୍ତି ଓଡ଼ିଶା ରାଜ୍ୟରେ ଏହାର ତୁରନ୍ତ ସଂଶୋଧନ କରାଯିବା ଏକାନ୍ତ ଜରୁରୀ । କାରଣ ଓଡ଼ିଶାର ୮୨ ପ୍ରତିଶତ ଚାଷୀ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ କେନ୍ଦ୍ର ନିୟମ ଅନୁଯାୟୀ ଏମାନେ କୌଣସି କ୍ଷେତ୍ରରେ ଲାଭବାନ ହୋଇ ପାରିବେନାହିଁ ବୋଲି ସେ କହିଛନ୍ତି ।
Related Stories
November 23, 2024
November 23, 2024
November 23, 2024