କେନ୍ଦ୍ରାପଡ଼ା- ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ସ୍ୱଚ୍ଛ ଭାରତ ଅଭିଯାନ ଓ ପ୍ଲାଷ୍ଟିକ ବର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାପଡା ପ୍ରାଥମିକ ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ସମ୍ବନ୍ଧୀୟ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ଏକ ସପ୍ତାହ ବ୍ୟାପୀ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା । ବାଲିଆ ସ୍ଥିତ ଡାଏଟ୍ର ଅଧ୍ୟକ୍ଷ ଡଃ. ମିନାକ୍ଷୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁରୁଛାତ୍ର ଛାତ୍ରୀ ଓ ଶିକ୍ଷକ ପ୍ରଶିକ୍ଷକମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ ସମ୍ବଳିତ ପ୍ଲା କାର୍ଡ ପ୍ରଦର୍ଶନ କରିଥିଲେ ଓ ଏକକ ବ୍ୟବହାର ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିଲେ । ଏହାସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାଭାବେ ଡଃ. ବାସୁଦେବ ଦାସ, ପୂର୍ବତନ କାଉନ୍ସିଲର ହିରଣ୍ୟ ପଣ୍ଡା, ପ୍ରଫୁଲ୍ଲ କୁମାର ଜେନା, ଅନୁସୟା ମିଶ୍ର, ଗଙ୍ଗାଧର ମହାକୁଡ,ତୁଳସୀ ପଟ୍ଟନାୟକ, ମଧୁସ୍ମିତା ଦାସ, ନିଶିପଦ୍ମା ନନ୍ଦ, ପ୍ରମୋଦ ତ୍ରିପାଠୀ, ଅମିତାବ ସାହାଣୀ, ଚିତରଂଜନ ଧଳ ଓ ଅଞ୍ଜନ କୁମାର ବଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
Related Stories
November 24, 2024
November 24, 2024