
ଏହି ଅବସରରେ ଶ୍ରୀରାମ ସୁନ୍ଦରକାଣ୍ଡ ସତସଙ୍ଗ ପରିବାର ସଦସ୍ୟ ମାନେ ଏକତ୍ରିତ ହୋଇ ନିଷ୍ଠାର ସହିତ କିପରି ସାରା ବିଶ୍ୱରୁ କରୋନା ମହାମାରୀ ଦୂର ହେଉ ଏବଂ ଗୋମାତା ଙ୍କ ସୁରକ୍ଷା ନିମନ୍ତେ ପ୍ରାର୍ଥନା କରିବା ସହିତ ପୂଜା ପାଠ କରିଥିଲେ |ଟ୍ରଷ୍ଟ ତରଫରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଓ ସତସଙ୍ଗ ପରିବାରର ସଦସ୍ୟ ଶ୍ରୀମନ୍ଦିର ବରିଷ୍ଠ ସେବାୟତ ରଜତ କୁମାର ପ୍ରତିହାରୀ,ଜ୍ୟୋତିଷ ଆଚାର୍ଯ୍ୟ ନିତ୍ୟାନନ୍ଦ କର,ଆଇନଜୀବୀ ଓ ଗୋ ସେବକ ସଂଗ୍ରାମ କେଶରୀ ଶତପଥି, ରାଜଲକ୍ଷ୍ମୀ ପ୍ରତିହାରୀ, ଉମାମଣୀ ମହାନ୍ତି, ବଳରାମ ମିଶ୍ର, କାର୍ତ୍ତିକ ପଣ୍ଡା, ଗଣେଶ୍ୱର ପଣ୍ଡା, ଦୁର୍ଗାପ୍ରସାଦ ମହାପାତ୍ର, ବନ୍ଦନା ମହାପାତ୍ର,ଲଷ୍ମୀପ୍ରିୟା ପଣ୍ଡା,ଅଞ୍ଜଳି ମୁଣ୍ଡ, ପୁରୁଷୋତ୍ତମ ପଣ୍ଡା,ଅର୍ଚ୍ଚନା ପଣ୍ଡା, ରେଖା ମହାପାତ୍ର,ଗୋବିନ୍ଦ ମହାପାତ୍ର, ମନୋଜ କୁମାର ପଣ୍ଡା, ବିଭୂ ପ୍ରସାଦ ପଣ୍ଡା, ନାରାୟଣ ପଣ୍ଡା, ଅର୍ପିତା ପ୍ରିୟଦର୍ଶିନୀ ପଣ୍ଡା, ଘନଶ୍ୟାମ ବେହରା, ଦୀପକ କୁମାର ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ |
କରୋନା ମହାମାରୀର ସମସ୍ତ ନିୟମକୁ ପାଳନ କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |