![](https://indokalingtimes.com/wp-content/uploads/2020/10/WhatsApp-Image-2020-10-20-at-11.09.35-AM-e1603207063475.jpeg)
ବାଲେଶ୍ଵର: (କୃଷ୍ଣ କୁମାର ମହାନ୍ତି) ଆଜି ବାଲେଶ୍ଵର ବିଜୁଛାତ୍ର ଜନତା ଦଳ ତରଫରୁ ଜିଲ୍ଳା ଛାତ୍ର ସଭାପତି ସୀମନ ଦାସମହାପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ଛାତ୍ର ସମ୍ମିଳନୀ ସ୍ଥାନୀୟ ସିଦ୍ଧି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମ୍ମିଳନୀରେ ପଞ୍ଚାୟତିରାଜ, ନଗର ଉନ୍ନୟନ, ଜଳ ଯୋଗାଣ, ଆଇନ ଓ ଗୃହନିର୍ମାଣ ମନ୍ତ୍ରୀ ପ୍ରତାପ ଜେନା, ବାଲେଶ୍ବରର ପୂର୍ବତନ ସାଂସଦ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଓଡିଶା କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଯୁଗ୍ମ ସମ୍ପାଦକ( ଛାତ୍ର ବ୍ୟାପାର) ଶ୍ରୀ ହରିଶଙ୍କର ରାଉତ, କୋରେଇର ପୂର୍ବତନ ବିଧାୟକ ତଥା ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସନାୟକ, ନୀଳଗିରି ନିର୍ବାଚନମଣ୍ଡଳୀର ନେତା ସନ୍ତୋଷ କୁମାର ଖଟୁଆ ଅତିଥି ରୂପେ ଯୋଗ ଦେଇଥିଲେ।
ଏହି ସମ୍ମିଳନୀରେ ଛାତ୍ରମାନେ ସୁସଙ୍ଗଠିତ ହୋଇ କିପରି ୱାର୍ଡ଼ ସ୍ତରରେ ପ୍ରତ୍ୟେକ ଘରୁ ଅଧିକରୁ ଅଧିକ ଭୋଟ ଅଣା ଯାଇପାରିବ ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜିଲ୍ଲା ସଭାପତି ଶ୍ରୀ ରବୀନ୍ଦ୍ର ଜେନା ପ୍ରତ୍ୟର୍କ ୱାର୍ଡ ରେ ୱାର୍ଡ଼ କମିଟି ଗଠନ କରି ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀ ସ୍ବରୂପ କୁମାର ଦାସ(ଟୁକୁନା ଭାଇ)ଙ୍କୁ ବିପୁଳ ମାତ୍ରାର ଭୋଟରେ ବିଜୟୀ କରିବା ପାଇଁ ଆହ୍ୱାନ ଦେଇଥିଲେ।
ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ବାଲେଶ୍ୱର ଛାତ୍ର ସଙ୍ଗଠନକୁ ପ୍ରଶଂସା କରିବା ସହ ଆହୁରି କିପରି ସୁଦୃଢ଼ ଓ ସୁସଙ୍ଗଠିତ ହୋଇ ଏହି ଉପନିର୍ବାଚନରେ ବିଜୟ ଲାଭ କରିହେବ ସେ ଦିଗରେ ଉପଦେଶ ଦେଇଥିଲେ।
ଏହି ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ନଗର ସଭାପତି ବ୍ରଜ କିଶୋର
ପ୍ରଧାନ ମଂଚ ଆହ୍ୱାନ କରିଥିଲେ। ପରିଶେଷରେ ସାଧାରଣ ସମ୍ପାଦକ କିରଣ କୁମାର ନାଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।