
ଗଞ୍ଜାମ– ବ୍ରହ୍ମପୁର ପୋଲିସ ଜିଲ୍ଲା ପକ୍ଷରୁ ୧୯ ତାରିଖ ସକାଳ ୬ଟା ଠାରୁ ୨୦ ତାରିଖ ସକାଳ ୬ ଟା ପର୍ଯ୍ୟନ୍ତ ୨୪ ଘଂଟା ମଧ୍ୟରେ କୋଭିଡ଼୍ କଟକଣା ଉଲ୍ଲଙ୍ଘନକାରୀ, ବେପରୁଆ ଗାଡି ଚାଳକ, ଜୁଆ ଆଡ୍ଡା ଏବଂ ବେଆଇନ ମଦ କାରବାର ଉପରେ ଚଢ଼ଉ କରାଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ବେପରୁଆ ଗାଡ଼ି ଚାଳକ ୧୪୦ ଜଣଙ୍କ ଚାଲାଣ କଟାଯାଇଛି । ସେମାନଙ୍କ ନିକଟରୁ ଜୋରିମାନା ବାବଦକୁ ୭୦ ହଜାର ଟଙ୍କା ଆଦାୟ କରାଯାଇଛି । ମୁହଁରେ ମାସ୍କ ପିନ୍ଧି ନଥିବା ୭ ଜଣ ବ୍ୟକ୍ତି ବିଶେଷଙ୍କ ନିକଟରୁ ୧୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ଏହିପରି ମୋଟ୍ ୭୧ ହଜାର ୪୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା ।
ବିଭିନ୍ନ ମାମଲାରେ ୨୩ ଜଣଙ୍କୁ ଗିରଫ କରିଛି ପୋଲିସ । ଥାନାରେ ମୋଟ୍ ୪ଟି ଏତଲା ଦାୟର୍ ହୋଇଥିବା ନେଇ ପୋଲିସ ସୂତ୍ରରୁ ପ୍ରକାଶ ।